ରାଷ୍ଟ୍ରଦୀପ ସାପ୍ତାହିକର ଷଷ୍ଟିପୂର୍ତ୍ତି ସମାପନ ସମାରୋହ

ରାଷ୍ଟ୍ରଦୀପ ସାପ୍ତାହିକର ଷଷ୍ଟିପୂର୍ତ୍ତି ସମାପନ ସମାରୋହ

ଆଜି ତା- ୧୭-୦୮-୨୦୨୫ରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଷ୍ଟ୍ରଦୀପ ସାପ୍ତାହିକର ଷଷ୍ଟିପୂର୍ତ୍ତି ସମାରୋହର ସମାପନ ଉତ୍ସବ ରାଷ୍ଟ୍ରଦୀପ ପରିଚାଳନା ସମିତିର ସଭାପତି ତଥା ବରିଷ୍ଠ ଅଧିବକ୍ତା ଶ୍ରୀ ଅନୁପ କୁମାର ବୋଷଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି । ପ୍ରକାଶଯୋଗ୍ୟ ଯେ ଏହି ଉତ୍ସବର ଉଦ୍‌ଘାଟନ କାର୍ଯ୍ୟକ୍ରମ ଗତ ନଭେମ୍ବର ମାସରେ ସମ୍ବଲପୁର ଠାରେ ଆୟୋଜନ ହୋଇଥିଲା । ବର୍ଷସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା ।

ଆଜିର ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଲେଖକ ଓ ଚିନ୍ତକ ତଥା ଅଧ୍ୟକ୍ଷ, ଇଣ୍ଡିଆ ଫାଉଣ୍ଡେସନ, ନୂଆଦିଲ୍ଲୀର ଡକ୍ଟର ରାମ ମାଧବ ଉପସ୍ଥିତ ରହି ସାମ୍ପ୍ରତିକ ସମୟରେ ରାଷ୍ଟ୍ରୀୟ ବିଚାର ଆଧାରିତ ପତ୍ର ପତ୍ରିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ରାଷ୍ଟ୍ରଦୀପର ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶତାବ୍ଦୀ ବର୍ଷର ପଞ୍ଚ ପରିବର୍ତ୍ତନକୁ ଆଧାର କରି ‘ସାମାଜିକ ସମରସତା ବିଶେଷାଙ୍କ’ର ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ରାଷ୍ଟ୍ରଦୀପର ପୂର୍ବତନ ସମ୍ପାଦକ ଶ୍ରୀ ଜଗବନ୍ଧୁ ମିଶ୍ର, ଶ୍ରୀ ଶିବ ନାରାୟଣ ସିଂହ, ପୂର୍ବତନ ସହ ସମ୍ପାଦକ ଶ୍ରୀ ବିପିନ ବିହାରୀ ରାଉତ ଏବଂ ପୂର୍ବତନ ପରିଚାଳକ ଶ୍ରୀ ଧ୍ରୁବଚରଣ ବେହେରାଙ୍କର କର୍ମତତ୍ପରତା, ନିରଳସ ସାଧନା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ରାଷ୍ଟ୍ରଦୀପ ପରିଚାଳନା ସମିତିର ସମ୍ପାଦକ ଶ୍ରୀ ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସହ ସମ୍ପାଦିକା ପ୍ରଜ୍ଞା ପରିମିତା ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ । ରାଷ୍ଟ୍ରଦୀପର ୬୦ ବର୍ଷ ଯାତ୍ରାର ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା ।

ଏତଦ୍‌ବ୍ୟତୀତ ରାଷ୍ଟ୍ରଦୀପର କାଯ୍ୟକର୍ତ୍ତାଗଣ, ପରିଚାଳକ ଜ୍ୟୋତିପ୍ରକାଶ ମିଶ୍ର, କୁଳମଣି ପ୍ରଧାନ, ଆଶୁତୋଷ ମହାପାତ୍ର, କରୁଣାକର ସ୍ୱାଇଁ, ଅରଜିତ ପାଣ୍ଡେ, ବିକ୍ରମ ରାଉତ, ଗଣନାଥ ଲେଙ୍କା ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସ୍ୱୟଂସେବକମାନେ ସହଯୋଗ କରିଥିଲେ ।

ଦୀପ ପ୍ରଜ୍ଜ୍ୱଳନ ଓ ସ୍ୱାଗତ ସଂଗୀତରୁ ସଭାକାର୍ଯ୍ୟ ଆରମ୍ଭ ହୋଇ ବନ୍ଦେ ମାତରଂରେ ସାଙ୍ଗ କରାଯାଇଥିଲା ଏବଂ ଶେଷରେ ପର୍ଯ୍ୟାବରଣର ସୁରକ୍ଷାକୁ ଆଖି ଆଗରେ ରଖି ଉପସ୍ଥିତ ଅତିଥିମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପାଠକ, ଲେଖକ, ବୁଦ୍ଧିଜୀବୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବହୁ ବରିଷ୍ଠ ଅଧିକାରୀ ଓ କାର୍ଯର୍୍ୟକର୍ତ୍ତା ଆଦି ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave a Reply

Your email address will not be published. Required fields are marked *