Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜକନିକାରେ ବଢିଚାଲିଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜକନିକାରେ ବଢିଚାଲିଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା

ରାଜକନିକା: ରାଜକନିକା ଥାନା ଆଉ କଣ୍ଡିଆହାଟ ଫାଣ୍ଡି ଅନ୍ତର୍ଗତ ପ୍ରାୟ ସବୁ ଗାଁରେ ଏବେ ରହୁଛନ୍ତି ଶହ ଶହ ରାଜମିସ୍ତ୍ରୀ, ରଙ୍ଗ କାରିଗର, କବାଡିବାଲା ଏବଂ ବୁଲା ବେପାରୀ । ନିଜକୁ ମୁର୍ଶିଦାବାଦ ବଙ୍ଗାଳୀ କହୁଥିବା ବେଳେ କିନ୍ତୁ ସେମାନଙ୍କ ଭିତରେ ବଙ୍ଗଳାଦେଶ ଅନୁପ୍ରବେଶକାରୀ ରହିଥିବାର ଅନୁମାନ କରାଯାଉଛି । ଯାହାକି ଦେଶର ସୁରକ୍ଷା ଆଉ ସାର୍ବଭୌମତା ପ୍ରତି ଆଶଙ୍କା ପ୍ରକାଶ ପାଇଛି । ଉପକୂଳବର୍ତ୍ତୀ ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗସିଂହପୁର ଜିଲ୍ଲାରେ ଏଭଳି ଅନୁପ୍ରବେଶକାରୀଙ୍କ ସଂଖ୍ୟା ଏବେ ଆଶାତୀତ ଭାବେ ବୃଦ୍ଧି ପାଇଛି । ଏମାନେ ଦଶନ୍ଧି ଦଶନ୍ଧି ଧରି ଏହି ସବୁ ଅଞ୍ଚଳକୁ ଆସି ନିଜର ସ୍ଥିତି ସୁଦୃଢ କରି ସାରିଲେଣି । ଯାହାକି ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ବି ହେଉଛି । ଅଥଚ ସ୍ଥାନୀୟ ପୋଲିସ୍ ସେମିତି କିଛି ଠୋସ୍ ପଦକ୍ଷେପ ନେବାର ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସରକାରଙ୍କ ପାଖେ ଯେଉଁ ତଥ୍ୟ ରହିଛି ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ତାମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ବୋଧହୁଏ ସର୍ବାଧିକ ଥିବାର ମନେହୁଏ । ୫ ବର୍ଷ ତଳେ ତଳେ ରାଜକନିକା ବ୍ଲକରେ ଯେତେ ଅନୁପ୍ରବେଶକାରୀ ରହିଥିଲେ ଆଜିର ଦିନରେ ତାଙ୍କ ସଂଖ୍ୟା କାହିଁ କେତେ ଗୁଣ ବଢି ସାରିଲେଣି । ରାଜମିସ୍ତ୍ରୀ, ରଙ୍ଗ କାରିଗର, ବୁଲା ବେପାରୀ ଭାବେ ପ୍ରତି ଗାଁ, ଛକ ବଜାରରେ ନିଜ ଆସ୍ଥାନ ଜମାଇ ସାରିଲେଣି । ସେମାନଙ୍କ କଥାବାର୍ତ୍ତା,·ଲିଚଳନରେ ସନେ୍ଦହ ହେଉଛି । ବିନା କାଗଜପତ୍ରରେ ମୋବାଇଲ୍ ସିମ୍ ସଂଗ୍ରହ କରି ଘଣ୍ଟା ଘଣ୍ଟା ଧରି ଫୋନ୍ କରୁଥିବା ବେଳେ କିଏ କହିପାରେ ସେମାନେ କାହା ସହିତ ସଂଯୋଗ ସ୍ଥାପନ କରୁଛନ୍ତି । ସେମାନେ କିଏ, କେଉଁଠାରୁ ଆସିଛନ୍ତି, ରହିବାର ଉଦେ୍ଦଶ୍ୟ କଣ? ଖବର କାହା ପାଖରେ ନାହିଁ । ଅବାଧରେ ଦଳ ଦଳ ହୋଇ ରହୁଥିବା ଅନୁପ୍ରବେଶକାରୀ ଯେ ଦିନେ ପ୍ରଶାସନ ମୁଣ୍ଡବିନ୍ଧାର କାରଣ ନ ହେବ କିଏ କହିପାରେ । କିଛି ଦିନ ତଳେ ପାରାଦୀପ ଅଞ୍ଚଳରୁ ବାଂଲାଦେଶୀ ଅନୁପ୍ରବେଶକାରୀ ଖୋକନ୍ ସେକ୍କୁ କ୍ରାଇମବ୍ରାଞ୍ଚ ପୁଲିସ ଗିରଫ କରିବା ପରେ ମଧ୍ୟ ପାରାଦ୍ୱୀପରୁ ଆଉ ଜଣେ ବାଂଲାଦେଶୀ ସୁମନ୍ ହାଲଦାର୍ ଧରା ହେବା ପ୍ରଶାସନ ପ୍ରତି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ଏବେ ବି ସେମାନଙ୍କ ସଂଖ୍ୟା କାହିଁରେ କେତେ ବଢି ବଢି ·ଲିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁର୍ଶିଦାବାଦ ବଙ୍ଗାଳୀ ଭାବେ ପରିଚୟ ଦେଇ ରହୁଥିବା ବିଭିନ୍ନ ବର୍ଗର ବିଦେଶୀ ନାଗରିକ କିନ୍ତୁ ଏଠାରେ ବହୁ ଚୋରି, ଡକାୟତି, ସେକ୍ସ୍ କେଳେଙ୍କାରୀରେ ଲିପ୍ତ ଥିବା ନେଇ ବହୁ ସମୟରେ ନଜରକୁ ଆସିଥାଏ । ତୁରନ୍ତ ଏହି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Leave a Reply