ପଞ୍ଚାୟତରେ ବ୍ୟବହାର ହେବ ଏଆଇ ପ୍ରଯୁକ୍ତି

ପଞ୍ଚାୟତିରାଜ ମନ୍ତ୍ରଣାଳୟ ‘ସଭାସାର’ ନାମକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳିତ ବୈଠକ ସାରାଂଶ ଉପକରଣ ଶୁଭାରମ୍ଭ କରିବାକୁ ଯାଉଛି। ଗ୍ରାମ ସଭା କିମ୍ବା ଅନ୍ୟ ପଞ୍ଚାୟତ ବୈଠକର ଅଡିଓ ଏବଂ ଭିଡିଓ ରେକର୍ଡିଂରୁ ସ୍ୱୟଂଚାଳିତ ଭାବେ ବୈଠକ ବିବରଣୀ ପ୍ରସ୍ତୁତ କରିବା ଲାଗି ଏହାକୁ ଡିଜାଇନ କରାଯାଇଛି।

ଆସନ୍ତାକାଲି, ଅର୍ଥାତ୍‌ ୧୪ ଅଗଷ୍ଟ ଗୁରୁବାର ଦିନ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ, ମାନ୍ୟବର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି.ସିଂହ ବାଘେଲ, ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ଏବଂ ଗଣମାଧ୍ୟମର ଉପସ୍ଥିତିରେ ଏହି ଉପକରଣର ଶୁଭାରମ୍ଭ କରାଯିବ।               

Leave a Reply

Your email address will not be published. Required fields are marked *