ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ନିଜର ବଳିଦାନ, ତପସ୍ୟା ଏବଂ ସମର୍ପଣ ଦ୍ୱାରା ସ୍ୱାଧୀନ ଭାରତର ସ୍ୱପ୍ନକୁ ସାକାର କରିଥିଲେ; ୧୪୦ କୋଟି ଦେଶବାସୀ ଏହାକୁ ବିକଶିତ ଏବଂ ସର୍ବଶ୍ରେଷ୍ଠ କରିବା ପାଇଁ ସଂକଳ୍ପବଦ୍ଧ

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ‘‘ହର ଘର ତ୍ରିରଙ୍ଗା” ଅଭିଯାନ ଅଧୀନରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି।

ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ‘‘ହର ଘର ତ୍ରିରଙ୍ଗା’’ ଅଭିଯାନ ଆଜି ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବା ଏବଂ ଦେଶପ୍ରେମର ଭାବନାକୁ ମଜବୁତ କରିବା ପାଇଁ ଏକ ଜନ ଅଭିଯାନରେ ପରିଣତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଏହି ଅଭିଯାନ ଦର୍ଶାଉଛି ଯେ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ନିଜ ବଳିଦାନ, ତପସ୍ୟା ଏବଂ ସମର୍ପଣ ଦ୍ୱାରା ସ୍ୱାଧୀନ ଭାରତର ସ୍ୱପ୍ନକୁ ସାକାର କରିଛନ୍ତି । ୧୪୦ କୋଟି ଦେଶବାସୀ ଏହାକୁ ବିକଶିତ ଏବଂ ସର୍ବଶ୍ରଷ୍ଠ କରିବା ପାଇଁ ସଂକଳ୍ପବଦ୍ଧ।

Leave a Reply

Your email address will not be published. Required fields are marked *