ଏୟାରସ୍ପେସ୍ ବନ୍ଦ କରିବା ଯୋଗୁଁ ପାକିସ୍ତାନ ଦୁଇ ମାସରେ ୧୨୪୦ କୋଟି ଟଙ୍କାର କ୍ଷତି ସହିଛି

ପାକିସ୍ତାନ ସହିଲା ବଡ଼ କ୍ଷତି । ୨ ମାସରେ ୧୨୪୦ କୋଟି କ୍ଷତି ସହିଲାଣି ପାକିସ୍ତାନ । ଭାରତ ସହ ଦୁଷ୍ମନି କରି ଏବେ ପସ୍ତାଉଛି ପାକିସ୍ତାନ । ଗୋଟିଏ ପଟେ ପୁରା ଦେଶ ଗରିବୀ ସୀମା ରେଖାତଳେ ଖାଦ୍ୟ ପାଇଁ ଛଟପଟ ହେଉଥିବା ବେଳେ ଅନ୍ୟପଟେ ଦେଶକୁ ଏତେ ବଡ଼ କ୍ଷତି, ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କରିବା ପାକିସ୍ତାନ ପାଇଁ ଖୁବ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି।

ଏକ ରିପୋର୍ଟ ଅନୁସାରେ ଭାରତୀୟ ବିମାନ ପାଇଁ ଏୟାରସ୍ପେସ୍ ବନ୍ଦ କରିବା ଯୋଗୁଁ ପାକିସ୍ତାନ ଦୁଇ ମାସରେ ୧୨୪୦ କୋଟି ଟଙ୍କାର କ୍ଷତି ସହିଛି। ୨୩ ଏପ୍ରିଲରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେବା ପରେ ପାକିସ୍ତାନ ଭାରତୀୟ ବିମାନ ପାଇଁ ନିଜର ଏୟାରସ୍ପେସ୍ ବନ୍ଦ କରିଥିଲା। ଯାହାଫଳରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡ଼ିଛି ।

ଏହି ସୂଚନା ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି। ପାକିସ୍ତାନର ସଂସଦରେ କୁହାଯାଇଛି ଯେ, ବାୟୁକ୍ଷେତ୍ର ବନ୍ଦ ହେବା ଯୋଗୁ ପ୍ରତିଦିନ ୧୦୦ ରୁ ଅଧିକ ବିମାନ ପ୍ରଭାବିତ ହେଉଛି। ଏହି କାରଣରୁ, ୨୪ ଏପ୍ରିଲରୁ ୩୦ ଜୁନ୍ ମଧ୍ୟରେ ପାକିସ୍ତାନକୁ ୪.୧ ବିଲିୟନ ପାକିସ୍ତାନୀ ଟଙ୍କା କ୍ଷତି ସହିବାକୁ ପଡିଛି। ଏନେଇ ପାକିସ୍ତାନ ଏୟାରପୋର୍ଟ ଅଥରିଟି ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ।

ପାକିସ୍ତାନ ପୂର୍ବରୁ ମଧ୍ୟ ବହୁତ କ୍ଷତି ସହିଛି। ପାକିସ୍ତାନ ଅନେକ ଥର ତାର ଏୟାରସ୍ପେସ୍ ବନ୍ଦ କରିସାରିଛି। ଏହା ପ୍ରଥମ ଥର ନୁହେଁ ଯେ, ପାକିସ୍ତାନ ଭାରତ ପାଇଁ ତାର ଏୟାରସ୍ପେସ୍ ବନ୍ଦ କରିଛି। ପାକିସ୍ତାନ ୨୦୧୯ ମସିହାରେ ମଧ୍ୟ ନିଜର ଏୟାରସ୍ପେସ୍ ବନ୍ଦ କରିଦେଇଥିଲା। ସେହି ସମୟରେ ପାକିସ୍ତାନକୁ ୫୪ ନିୟୁତ ଡଲାରର କ୍ଷତି ସହିବାକୁ ପଡିଥିଲା। ସେତେବେଳେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି କାରଣରୁ ପାକିସ୍ତାନ ନିଜର ଏୟାରସ୍ପେସ୍ ବନ୍ଦ କରିଦେଇଥିଲା। ଅଗଷ୍ଟ ଶେଷ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣା ପଡ଼ିଛି।


ପାକିସ୍ତାନ ଏୟାରସ୍ପେସ୍ ବନ୍ଦ ହେବା ଯୋଗୁଁ ବହୁତ କ୍ଷତି ସହିଛି, କିନ୍ତୁ ପାକିସ୍ତାନ ଏୟାରପୋର୍ଟ ଅଥରିଟିର ଆୟ ବୃଦ୍ଧି ପାଇଛି। କ୍ଷତି ସତ୍ତ୍ୱେ, ପାକିସ୍ତାନ ଏୟାରସ୍ପେସ୍ ଅଥରିଟିର ମୋଟ ରାଜସ୍ୱ ୨୦୧୯ରେ ୫୦୮,୦୦୦ ଡଲାର ରୁ ୨୦୨୫ରେ ୭୬୦,୦୦୦ ଡଲାରରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *