Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 425

Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/traits/trait-memoize.php on line 87

Warning: Cannot modify header information - headers already sent by (output started at /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php:425) in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 214

Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନାଲକୋ ଠିକା ମଜଦୁର ସଂଘର ରୌପ୍ୟ ଜୟନ୍ତୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନାଲକୋ ଠିକା ମଜଦୁର ସଂଘର ରୌପ୍ୟ ଜୟନ୍ତୀ

ଅନୁଗୁଳ: ମୋଦି ସରକାରରେ ଦେଶରେ ଶ୍ରମର ପରିଭାଷା ବଦଳିବା ସହ ଶ୍ରମଶକ୍ତିର ସମ୍ମାନ ବଢିଛି ବୋଲି ରବିବାର ଅନୁଗୁଳର ନାଲକୋ ଅଡିଟୋରିୟମରେ ଭାରତୀୟ ମଜଦୁର ସଂଘ ସମର୍ଥିତ”ନାଲକୋ ଠିକା ମଜଦୁର ସଂଘର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଠିକା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ମୂଲ୍ୟକୁ ସର୍ବାଧିକ ବୃଦ୍ଧି ସହ ସେମାନଙ୍କ ସାମାଜିକ ସୁରକ୍ଷାକୁ ଅଧିକ ଧ୍ୟାନ ଦିଆଯାଇଛି । ଦେଶରେ ଶ୍ରମର ପରିଭାଷା ବଦଳିଛି । ଶ୍ରମିକ ଭାଇ ଭଉଣୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା ହୋଇଛି । ମୋଦି ସରକାରରେ ଦେଶରେ ଶ୍ରମଶକ୍ତିର ସମ୍ମାନ ବଢିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୪୦ ବର୍ଷ ଧରି ନାଲକୋ ଅଞ୍ଚଳ ସହ ମୋର ସମ୍ପର୍କ ରହିଛି । ଅନୁଗୋଳ ଦେଶରେ ଶ୍ରମର ପରିଭାଷା ବଦଳିବା ସହ ଶ୍ରମଶକ୍ତିର ସମ୍ମାନ ବଢିଛି ବୋଲି ଅନୁଗୋଳର ନାଲକୋ ଅଡିଟୋରିୟମରେ “ନାଲକୋ ଠିକା ମଜଦୁର ସଂଘର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଠିକା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ମୂଲ୍ୟକୁ ସର୍ବାଧିକ ବୃଦ୍ଧି ସହ ସେମାନଙ୍କ ସାମାଜିକ ସୁରକ୍ଷାକୁ ଅଧିକ ଧ୍ୟାନ ଦିଆଯାଇଛି । ଦେଶରେ ଶ୍ରମର ପରିଭାଷା ବଦଳିଛି । ଶ୍ରମିକ ଭାଇ ଭଉଣୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା ହୋଇଛି । ମୋଦି ସରକାରରେ ଦେଶରେ ଶ୍ରମଶକ୍ତିର ସମ୍ମାନ ବଢିଛି । ଶ୍ରୀ ପ୍ରଧାନ କହିଛନ୍ତିଯେ ୪୦ ବର୍ଷ ଧରି ନାଲକୋ ଅଞ୍ଚଳଯେ ୪୦ ବର୍ଷ ଧରି ନାଲକୋ ଅଞ୍ଚଳ ସହ ମୋର ସମ୍ପର୍କ ରହିଛି । ମୁଁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ସହିତ ମଜଦୁର ସଂଘର କାର୍ଯ୍ୟକର୍ତ୍ତା । ମୁଁ ଶ୍ରମିକ ଅଞ୍ଚଳରୁ ଆସିଛି ଏବଂ ପିଲା ଦିନରୁ ଏହାକୁ ଭଲ ଭାବରେ ବୁଝିଛି । ଗରିବ ଓ ଶ୍ରମିକଙ୍କ ସ୍ୱାର୍ଥ ଏବଂ ହକ୍ ପାଇଁ ଲଢୁଥିବା ସଂଗଠନକୁ ସବୁବେଳେ ସମର୍ଥନ କରିଆସିଛି । ମଜଦୁରର କୌଣସି ଜାତି ନାହିଁ । ମଜଦୁରର ଗୋଟେ ଜାତି ଏବଂ ତାହା ହେଉଛି ପରିଶ୍ରମ କରିବା । ତେଣୁ ନାଲକୋମ୍ୟାନେଜମେଣ୍ଟକୁ ସେମାନଙ୍କର କଲ୍ୟାଣ ପାଇଁ ଦାୟିତ୍ୱନେବାକୁ ପଡିବ । ନାଲକୋରେ ସ୍ଥାନୀୟ ସ୍କୁଲ ଗୁଡିକରେ ଅଧିକ ଶିକ୍ଷକ ନିଯୁକ୍ତି କରାଯାଉ । କଲୋନୀ ଭିତରୁ ସ୍କୁଲ ପିଲାଙ୍କ ପାଇଁ ବସ୍ ଚଳାଚଳ କରିବାର ବ୍ୟବସ୍ଥା ହେଉ । ଏହାସହ ଠିକା ଶ୍ରମିକ ମାନଙ୍କ କଲ୍ୟାଣ ଏବଂ ସେମାନଙ୍କ ଅନ୍ୟାନ୍ୟ ଦାବିକୁ ଯଥୋଚିତ ସମ୍ମାନ ଦେବା ପାଇଁ ନାଲକୋ ପରିଚାଳନା କମିଟିକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଅନୁଗୋଳରେ ନାଲକୋକୁ ବ୍ୟାପକ କରିବାରେ ମଜର୍ଦୁ ସଂଘର ବଡ ଭୂମିକରହିଛି । ସ୍ଥାନୀୟ ଅଞ୍ଚଳର ଅର୍ଥନୀତିକୁ ବଢାଇବାରେ ମଧ୍ୟ ନାଲକୋର ଅଧିକ ଭୂମିକା ରହିଛି । ନାଲକୋର ଡିସଇନଭେଷ୍ଟମେଣ୍ଟ ଓଘରୋଇକରଣ ହେବ ନାହିଁ ବୋଲି ମୋଦି ସରକାର ନିଷ୍ପତି ନେଇଛନ୍ତି । ଆଜି ଏଠାରେ ପ୍ରତିଷ୍ଠିତ ଇଏସଆଇ ହସ୍ପିଟାଲ ଦ୍ୱାରା ଶ୍ରମିକ ବନ୍ଧୁମାନେ ଉପକୃତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ନାଲକୋର ଚକ୍ଷୁ ଚିକିତ୍ସାଳୟ ଖୋଲିବା ପାଇଁ ଏଲ.ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର କତ୍ତପକ୍ଷଙ୍କ ସହ ଆଲୋଚନା କରାଯିବ । ଖଣି ସମୃଦ୍ଧ ଅଞ୍ଚଳ ଅନୁଗୋଳକୁ ଆଗକୁ ନେବା ପାଇଁ ଆମ ପାଖରେ ବ୍ୟାପକ ସମ୍ଭାବନା ଅଛି । ବେଳେବେଳେ ଏଠାରେ ଆନେ୍ଦାଳନ କାରଣରୁ ଶ୍ରମିକ ଏବଂ ରାଜ୍ୟ ଓ ଦେଶର ରାଜସ୍ୱ କ୍ଷତି ହେଉଛି । ନାଲକୋର କାପାସିଟି ବଢୁ । ନାଲକୋ ପ୍ରତି ଲୋକଙ୍କ ଦାୟିତ୍ୱ ବଢୁ । ଠିକା ଶ୍ରମିକ ମାନଙ୍କ ସହ ସାମୂହିକ ନେତୃତ୍ୱରେ ହିଁ ନାଲକୋର ଉନ୍ନତି ସହ ସ୍ଥାନୀୟ ଅଞ୍ଚଳରେ ବିକାଶ ଦ୍ରୁତଗାମୀ ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ନାଲକୋ ଅଞ୍ଚଳରେ ଇଏସଆଇ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରମିକ ସଂଘ ଧନ୍ୟବାଦ ଜଣାଇ ଥିଲେ

Leave a Reply