ଗତ ସପ୍ତାହରୁ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିଲା ଅପରେସନ ଗରୁଡ଼

ଓଡ଼ିଶା ପୋଲିସର ଅପରେସନ ଗରୁଡରେ ମିଳିଛି ବଡ଼ ସଫଳତା। ଗତ ସପ୍ତାହରୁ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିଲା ଅପରେସନ ଗରୁଡ଼ । ଅପରାଧିକ ମାନସିକତା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ଯୋଜନା ହୋଇଥିଲା। ଜିଲ୍ଲାର ଏସପିମାନେ ସିସିଟିଭିକୁ ବ୍ୟବହାର କରି ଅନେକ ଅପରାଧୀଙ୍କ ପାଖରେ ପହଞ୍ଚିଛନ୍ତି।

୩ ହଜାର ୧୯୦ ଜାମିନ ବିହୀନ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହା ଛଡା ୨୯୮ ଜଣ ଆତ୍ମସମର୍ପଣ କରିଛନ୍ତି। ୮୯୦ ଅବକାରୀ ମାମଲାରେ ୧୭ ହଜାର ଲିଟର ମଦ ଜବତ କରାଯାଇଛି। ସମ୍ବଲପୁରରୁ ୧୩୦୦ ବୋତଲ କଫ ସିରଫ ଜବତ ହୋଇଛି। ବେଆଇନ ବନ୍ଧୁକ କାରବାରରେ ୫୧ଟି ବନ୍ଧୁକ ଜବତ ହୋଇଛି।

ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ମାମଲାରେ ବିହାରର ଜଣଙ୍କୁ ଗିରଫ କରାଯାଇଛି। NDPSରେ ୧୧ଟି ମାମଲା ହୋଇଛି। ସେହିପରି ୧୧ଟି ଜୁଆ କେଶରେ ୨ ଲକ୍ଷ ୮୦ ହଜାର ଟଙ୍କା ମିଳିଛି। ୧୧୫ ମଦୁଆ ଧରା ହୋଇଥିବା ବେଳେ ୧୨୯ ଜଣ WANTED ଅପରାଧୀଙ୍କୁ ଗିରଫ କରାଯାଇଛି। ଆଗକୁ ଅପରେସନ ଗରୁଡ଼ କୁ ଆହୁରି ଜୋରଦାର କରା ଯିବା ନେଇ ସୂଚନା ଦେଇଛନ୍ତି ଏଡିଜି ଆଇନ୍ ଶୃଙ୍ଖଳା ସଞ୍ଜୟ କୁମାର।

Leave a Reply

Your email address will not be published. Required fields are marked *