Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨ ଗୋରୁଗାଡି ଜବତ: ୩ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨ ଗୋରୁଗାଡି ଜବତ: ୩ ଗିରଫ

କରଞ୍ଜିଆ: ଗୋ ସମ୍ପଦ ପାଇଁ ମରଣଯନ୍ତାର ମାଧ୍ୟମ ସାଜିଥିବା ଜାତୀୟ ରାଜପଥ ୪୯ ଉପରେ ଦୈନିକ ମଧ୍ୟରାତ୍ର ସମୟରେ ବେଧଡକ ଗୋ ଚାଲାଣ ହେଉଥିବା ଅଭିଯୋଗ ହେଉଛି । କେନ୍ଦୁଝର ଆଡୁ ପ୍ରତ୍ୟେହ ଟ୍ରକ ଓ ପିକଅଫ ଜରିଆରେ କୋଲକାତାକୁ ଗୋ ଚାଲାଣ ହେଉଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ସେମାନଙ୍କ ଗତିରୋଧ ପାଇଁ ବଳ ଗୋଟାଇପାରୁନଥିବା ଦେଖାଯାଇଛି । ଆଜି ମଧ୍ୟରାତ୍ର ପ୍ରାୟ ୨.୩୦ ମି. ସମୟରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନାର ଉପ ଆରକ୍ଷୀ ନିରୀକ୍ଷକ ହରିଶଙ୍କର ନାଏକ ସଦଳବଳେ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିବା ସମୟରେ ଜାତୀୟ ରାଜପଥ ୪୯ ପାର୍ଶ୍ୱ ଖିରେଇଟାଙ୍ଗର ନିକଟସ୍ଥ ଧାନବେଣୀ ଗ୍ରାମ ନିକଟରେ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛନ୍ତି । କଣ୍ଟେନରରେ ବୋଝେଇ ହୋଇଥିବା ୨୨ ଗୋରୁଙ୍କୁ କରଞ୍ଜିଆ ଗୋ ଧାମକୁ ହସ୍ତାନ୍ତର କରାଯାଇଛି । ସେହିପରି ଭୋର ପ୍ରାୟ ୫ଟା ସମୟରେ କରଞ୍ଜିଆ ଥାନାର ଉପ ଆରକ୍ଷୀ ନିରୀକ୍ଷକ ଅଜୟ କୁମାର ରାଉଳ ପେଟ୍ରୋଲିଂ ସମୟରେ ଚଢେଇଭୋଳ ଫାଣ୍ଡି ନିକଟରେ ଗୋରୁ ବୋଝେଇ ପିକଅଫକୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ଥିବା ଜଣାଯାଇଛି । ପିକଅଫ ନଂ ଓଡ଼ି୧୧-ଏମ-୩୪୯୬ରେ ଥିବା ୧୦ ଗୋଟି ଗୋରୁଙ୍କୁ କରଞ୍ଜିଆ ଗୋଧାମକୁ ହସ୍ତାନ୍ତର କରାଯାଇଛି । ଅତୀତରେ ଯଶିପୁର ଥାନା ଅଞ୍ଚଳରେ କୋଲକାତାକୁ ଯାଉଥିବା ଗୋରୁଗାଡିକୁ ଧରିବାକୁ ଯାଇ ପୁଲିସ ଉପରକୁ ଗୁଳିଚାଳନା ହୋଇଥିବା ଏବଂ ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ଗୋରୁଗାଡିକୁ ଧରିବାକୁ ଯାଇ ପୁଲିସ ଆକ୍ରମଣର ଶିକାର ହେଉଥିବା ଯୋଗୁଁ ପୁଲିସ ପ୍ରଶାସନର ମନୋବଳ ବୃଦ୍ଧି ପାଇଁ ସାଧାରଣ ଜନତାଙ୍କ ସାହାଯ୍ୟ ସହଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଛି ।

Leave a Reply