Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୁଲାଇରେ ଲଞ୍ଚ୍ ହେବ ଚନ୍ଦ୍ରଯାନ-୩! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୁଲାଇରେ ଲଞ୍ଚ୍ ହେବ ଚନ୍ଦ୍ରଯାନ-୩!

ନୂଆଦିଲ୍ଲୀ ଶେଷ ପର୍ଯ୍ୟାୟରେ ଇସ୍ରୋ ର ଡିମ୍ ପ୍ରୋଜେକ୍ଟ ଚନ୍ଦ୍ରଯାନ-୩ । ଏହି ମହାକାଶ ଯାନକୁ ୟୁଆର ରାଓ ଉପଗ୍ରହ କେନ୍ଦ୍ରରୁ ଲଞ୍ଚ କରାଯିବ । ତେବେ ବର୍ତ୍ତମାନ ଏହା କେବେ ଲଞ୍ଚ ହେବ ତାହା ଜଣାପଡ଼ିଛି । ଚନ୍ଦ୍ରଯାନ- ୩କୁ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଓହ୍ଲାଇବା ପାଇଁ ଯୋଜନା ରହିଛି । ଏହା ଲ୍ୟାଣ୍ଡିଂ ସ୍ଥଳର ଆଖପାଖରେ ଚନ୍ଦ୍ରପୃଷ୍ଠକୁ ଅଧ୍ୟୟନ କରାଯିବ । ବେଙ୍ଗାଲୁରୁ ସ୍ଥିତ ଇସ୍ରୋର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଯଦି ସବୁ କିଛି ଠିକ୍ ରହେ ତେବେ ଚନ୍ଦ୍ରଯାନ- ୩କୁ ଜୁଲାଇ ଦ୍ୱିତୀୟ ସପ୍ତାହରେ ଲଞ୍ଚ ପାଇଁ ନିର୍ଦ୍ଧାରିତ ରହିଛି ।ଇସ୍ରୋ ଅଧିକାରୀଙ୍କ କହିବା ଅନୁଯାୟୀ ମାର୍ଚ୍ଚରେ ଚନ୍ଦ୍ରଯାନ-୩ ଉତକ୍ଷେପଣ ସହ ଜଡ଼ିତ ସବୁ ଜରୁରୀ ପରୀକ୍ଷଣ ସଫଳତାପୂର୍ବକ ସରିଛି । ଏହାର ଲଞ୍ଚିଂ ପାଇଁ ସିଇ-୨୦ କ୍ରାୟୋଜେନିକ୍ ଇଞ୍ଜିନ୍ର ପରୀକ୍ଷଣ ମଧ୍ୟ ସଫଳ ରହିଥିଲା । ଏହା ପୂର୍ବରୁଲ୍ୟାଣ୍ଡରର ଏକ ପ୍ରମୁଖ ପରୀକ୍ଷଣ ଇଏମଆଇ/ଇଏମସିର ମଧ୍ୟ ସଫଳତାପୂର୍ବକ ଶେଷ ହୋଇଥିଲା ।ସୂଚନାଥାଉକି, ଚନ୍ଦ୍ରଯାନ-୩ ଭାରତର ଚନ୍ଦ୍ରଯାନ ପ୍ରୋଜେକ୍ଟର ମହତ୍ୱପୂର୍ଣ୍ଣ ଅଂଶ । ଏହା ଚନ୍ଦ୍ରଯାନ-୧ ଏବଂ ଚନ୍ଦ୍ରଯାନ-୨ର ପରବର୍ତ୍ତୀ ଭାବ । ଯାହା ଚନ୍ଦ୍ରଯାନ ପୃଷ୍ଠରେ ଓହ୍ଲାଇ ପରୀକ୍ଷଣ କରିବ । ଏହା ଚନ୍ଦ୍ରଯାନ-୨ ଭଳି ହିଁ ଦେଖାଯିବ । ଏଥିରେ ଏକ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର ଏବଂ ଗୋଟଏ ରୋବର ରହିବ । ଚନ୍ଦ୍ରମା ମିଶନ ଅନୁଯାୟୀ, ତୃତୀୟ ଅନ୍ତରୀକ୍ଷ ଯାନକୁ ଶ୍ରୀହରିକୋଟାର ସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଭାରତର ସବୁଠୁ ଭାରି ଉତକ୍ଷେପଣ ଯାନ ଜିଏସଏଲଭି ଏମକେ ୩ରୁ ଲଞ୍ଚ କରାଯିବ ।

Leave a Reply