Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନିଜର ପରମ ମିତ୍ର ପାକିସ୍ତାନ ଉପରେ ରାଗିଯାଇଛି ଚୀନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନିଜର ପରମ ମିତ୍ର ପାକିସ୍ତାନ ଉପରେ ରାଗିଯାଇଛି ଚୀନ

ଇସ୍ଲାମାବାଦ : ନିଜର ପରମ ମିତ୍ର ପାକିସ୍ତାନ ଉପରେ ରାଗିଯାଇଛି ଚୀନ । ପାକିସ୍ତାନ ବିପୁଳ ପରିମାଣର ଅର୍ଥ ନେଇଥିଲେ ବି ସେଠାରେ କାର୍ଯ୍ୟକାରୀ ହେଉଥିବା ଚୀନର ପ୍ରକଳ୍ପ ଗୁଡ଼ିକ ଆଗେଇ ପାରୁନାହିଁ । ପାକିସ୍ତାନରେ ଚୀନର ମହତ୍ତ୍ୱାକାଂକ୍ଷୀ ସିପିଇସି ବା ଚାଇନା ପାକିସ୍ତାନ ଇକନୋମିକ କରିଡର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହି ପ୍ରକଳ୍ପ ମାଧ୍ୟମରେ ଚୀନର ମୁଖ୍ୟ ଭୂମି ସହ ଆରବ ସାଗରକୁ ଯୋଡ଼ାଯାଉଛି । କିନ୍ତୁ ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା, ଆତଙ୍କବାଦ, ବେଲୋଚ ଆନେ୍ଦାଳନ ଯୋଗୁଁ ଏହି ପ୍ରକଳ୍ପ ଆଗେଇ ପାରୁନାହିଁ । ଏହା ସହିତ ଚୀନର କର୍ମଚାରୀମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଏହାକୁ ନେଇ ଚୀନ ଅସନ୍ତୁଷ୍ଟ ରହିଛି । ପାକିସ୍ତାନ ଏବେ ଘୋର ଆର୍ଥôକ ସଂକଟରେ ପଡ଼ିଥିବାବେଳେ ଚୀନ ପାକିସ୍ତାନକୁ ଆର୍ଥôକ ସହାୟତା କରିବା ସହ ଋଣଗୁଡ଼ିକର ପରିଶୋଧ ମିଆଦ ବଢାଇଦେଇଥିଲା । ଏହି ସହାୟତା ପରେ ଚୀନ ଆଶା କରୁଥିଲା ଯେ ପ୍ରକଳ୍ପ କାମ ଆଗେଇବ । କିନ୍ତୁ ପାକିସ୍ତାନ ସରକାରଙ୍କ ଦ୍ୱାରା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଗିରଫ କରାଯିବା ପରେ ପାକିସ୍ତାନର ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଥିଲା । ସାରା ଦେଶରେ ଜଳାପୋଡ଼ା ଓ ହିଂସାକାଣ୍ଡ ଯୋଗୁଁ ପୁଣି ଥରେ ଚୀନର ପ୍ରକଳ୍ପଗୁଡ଼ିକ ଅଟକି ରହିଛି । ଚୀନ ସରକାରଙ୍କ ଏହି ଅସନ୍ତୋଷ ସଂପର୍କରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯାଇଛି । ଚୀନର ଏହି ଅସନ୍ତୋଷକୁ ନେଇ ପାକିସ୍ତାନୀ ସରକାରଙ୍କ ମଧ୍ୟରେ ଚିନ୍ତା ଖେଳିଯାଇଛି ।

Leave a Reply