ଉତ୍ତରକାଶୀରେ ମଙ୍ଗଳବାର ଦିନ ପ୍ରକୃତିର ତାଣ୍ଡବ ସୃଷ୍ଟି ହୋଇଛି

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଆଜି ହୋଇଥିବା ବାଦଲଫଟା ବର୍ଷା ଘଟଣା ସମ୍ପର୍କରେ ଏକ ବଡ଼ ଖବର ଆସିଛି।ଭାରତୀୟ ସେନାର ବ୍ରିଗେଡ କମାଣ୍ଡର ବ୍ରିଗେଡୀୟ ମାନଦୀପ ଢିଲୋଁ କହିଛନ୍ତି, “ଆଜି ଧରାଲି ଗାଁରେ ଭୂସ୍ଖଳନ ଏବଂ ହିମସ୍ଖଳନ ଘଟିଛି। ହର୍ଷିଲ ପୋଷ୍ଟରେ ଅବସ୍ଥିତ ଭାରତୀୟ ସେନା ପ୍ରଥମେ ପ୍ରତିକ୍ରିୟା ପ୍ରକାଶ କରିଥିଲା ଏବଂ ୧୦ ମିନିଟ୍ ମଧ୍ୟରେ ଗାଁରେ ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟ ଚାଲିଛି। ପ୍ରାୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଆହତମାନଙ୍କୁ ଚିକିତ୍ସା କରାଯାଉଛି। ତେବେ ଏହି ବନ୍ୟା କାରଣରୁ ଭାରତୀୟ ସେନାର ଶିବିର ଓ ଉଦ୍ଧାରକାରୀ ଦଳର କିଛି ଲୋକ ପ୍ରଭାବିତ ହୋଇଥିଲେ । ଗଙ୍ଗୋତ୍ରୀ ଧାମ ଓ ମୁଖବା ନିକଟରେ ସ୍ଥିତ ଧରାଲୀ ଗାଁରେ ବାଦଲ ଫଟା ବର୍ଷା ପରେ ପାଣି ମାଡି ଆସିଛି । ପାଣି ଖୁବ୍‌ ଜୋରରେ ମାଡି ଆସିବାରୁ ତଳିଆ ଅଞ୍ଚଳକୁ ଭସାଇ ନେଇଥିବା ଖବର ମିଳିଛି । ଅନେକ ଘର ଏଥିରେ କ୍ଷତିଗ୍ରସ୍ତ ହେବା ସହ କିଛି ଲୋକେ ଭାସି ଯାଇଛନ୍ତି । ଘଟଣା ଉପରେ ନଜର ରଖାଯିବା ସହ ସତର୍କ ସୂଚନା ଜାରି କରାଯାଇଛି । ଏଯାଏଁ ଜୀବନହାନୀ ନେଇ କୌଣସି ସୂଚନା ମିଳି ନାହିଁ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରକାଶୀର ଧରାଲିରେ ଘଟିଥିବା ଦୁଃଖଦ ଘଟଣାରେ ପ୍ରଭାବିତ ଲୋକଙ୍କ ପ୍ରତି ସବବେଦନା ଜଣାଇଛନ୍ତି । ସେ ଏହି ଘଟଣାରେ ପ୍ରଭାବିତ ସମସ୍ତ ଲୋକଙ୍କ ମଙ୍ଗଳ କାମନା କରିଛନ୍ତି ।

ଶ୍ରୀ ମୋଦୀ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ମଧ୍ୟ କଥା ହୋଇଛନ୍ତି ଏବଂ ପରିସ୍ଥିତିର ସମୀକ୍ଷା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ, ପ୍ରଭାବିତ ଲୋକମାନଙ୍କୁ ସବୁ ପ୍ରକାର ସହାୟତା ସୁନିଶ୍ଚିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଉତ୍ତରକାଶୀର ଧରାଲିରେ ହୋଇଥିବା ଦୁଃଖଦ ଘଟଣାରେ ପ୍ରଭାବିତ ଲୋକଙ୍କ ପ୍ରତି ମୋର ସମବେଦନା ଜଣାଉଛି । ଏଥିସହ ସମସ୍ତ ପ୍ରଭାବିତ ଲେକାଙ୍କ କୁଶଳ ମଙ୍ଗଳ କାମନା କରୁଛି । ମୁଖ୍ୟମନ୍ତ୍ରୀ ପୁଷ୍କର ଧାମିଙ୍କ ସହ କଥା ହୋଇ ମୁଁ ପରିସ୍ଥିତିର ସମୀକ୍ଷା କରିଛି । ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ଉଦ୍ଧାରକାରୀ ଦଳ ଯଥାସମ୍ଭବ ପ୍ରୟାସ କରୁଛନ୍ତି । ଲୋକମାନଙ୍କ ନିକଟରେ ସାହାଯ୍ୟ ପହଞ୍ଚାଇବା ପାଇଁ ସମସ୍ତ ଉଦ୍ୟମ ଜାରି ରହିଛି ।

Leave a Reply