ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ସହ ସଂସ୍କାର ଏବଂ ଚରିତ୍ର ନିର୍ମାଣର ପ୍ରୟୋଗଶାଳା

ଅନୁଗୋଳ:ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ; ଶିକ୍ଷା ସହ ସଂସ୍କାର ଦେବା, ଚରିତ୍ର ତଥା ବ୍ୟକ୍ତିତ୍ୱ ନିର୍ମାଣ କରିବାର ପ୍ରୟୋଗଶାଳା ବୋଲି ରବିବାର ଅନୁଗୋଳ ଜିଲ୍ଲା ବନ୍ତଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ‘ରଜତ ଜୟନ୍ତୀ ସମାରୋହ’ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ବନ୍ତଳା ସହ ମୋର ସମ୍ପର୍କ ବହୁ ପୁରୁଣା । ଏହି ସ୍ଥାନକୁ ଆସିଲେ ମନରେ ଆତ୍ମସନ୍ତୋଷ ଆସେ । ସେହି ଭୂମିରେ ପ୍ରତିଷ୍ଠିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ମାଧ୍ୟମରେ ଅଞ୍ଚଳକୁ ପ୍ରସ୍ଫୁଟିତ କରିବା ଆନନ୍ଦର ବିଷୟ । ସାରା ଓଡ଼ିଶାରେ ଏକ ଆଦର୍ଶ ଶିକ୍ଷା ବ୍ୟବସ୍ଥା ବିକଶିତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି ବିଦ୍ୟା ମନ୍ଦିର ଆଗାମୀ ଦିନରେ ଶିକ୍ଷା ଆନେ୍ଦାଳନ ମାଧ୍ୟମରେ ନୂଆ ଓଡ଼ିଶା ନିର୍ମାଣ କରିବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ‘ବାଲ ବାଟିକା’ ର ବ୍ୟବସ୍ଥା କରାଯାଇଛି । କାରଣ ଏହି ବ୍ୟବସ୍ଥା ପାଶ୍ଚାତ୍ୟ ଶିକ୍ଷା ବ୍ୟବସ୍ଥା ଭଳି ‘ମୁଁ’ ନୁହେଁ ବରଂ ଭାରତୀୟ ବିଚାରଧାରା ‘ଆମେ’କୁ ସ୍ୱୀକୃତି ଦିଏ । ଋଷି ଦଧୀଚି, ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତ ଏବଂ ବାଳୁତ ଧର୍ମପଦ ନିଜ ପାଇଁ ନୁହେଁ ବରଂ ସମୂହଙ୍କ ପାଇଁ ତ୍ୟାଗ କରିଥିଲେ । ଏଥିପାଇଁ ଆଗାମୀ ୨୫ ବର୍ଷର ଅମୃତ କାଳ ଆମ ସମସ୍ତଙ୍କ ପାଇଁ ମହତ୍ୱପୂର୍ଣ୍ଣ । ଏହି ସମୟରେ କେବଳ ଆମେ ନିଜ କଥା ଭାବିବା ନୁହେଁ ବରଂ ବିଶ୍ୱ କଲ୍ୟାଣର ଚିନ୍ତା କରିବାର ଆବଶ୍ୟକତା ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *