ଭାରତ କିପରି ଇଲେକ୍ଟ୍ରିକ ମୋବିଲିଟି, ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ଏହାର ଶିଳ୍ପ ପରିଦୃଶ୍ୟକୁ ପୁନଃଆକାର ଦେଉଛି ସେ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଲେଖା ଶେୟାର କରିଛନ୍ତି । ଭାରତ କିପରି ଇଲେକ୍ଟ୍ରିକ ମୋବିଲିଟି, ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ଏହାର ଶିଳ୍ପ ପରିଦୃଶ୍ୟକୁ ପୁନଃଆକାର ଦେଉଛି ସେ ଉପରେ ଏହି ଲେଖାରେ ବର୍ଣ୍ଣନା କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଏଚ୍‌.ଡି. କୁମାରସ୍ୱାମୀଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“କେନ୍ଦ୍ରମନ୍ତ୍ରୀ ଶ୍ରୀ ଏଚ୍‌ଡି କୁମାରସ୍ୱାମୀ ଲେଖିଛନ୍ତି ଯେ, ଭାରତ ଇଲେକ୍ଟ୍ରିକ୍ ମୋବିଲିଟି, ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ନିଜର ଶିଳ୍ପ ପରିଦୃଶ୍ୟକୁ ପୁନଃଆକାର ଦେଉଛି । ଲକ୍ଷ୍ୟଭିତ୍ତିକ ଯୋଜନା ଏବଂ ସରକାରୀ-ଘରୋଇ ସହଭାଗିତା ଏହି ପରିବର୍ତ୍ତନକୁ ଆଗେଇ ନେଉଛି ।”

Leave a Reply

Your email address will not be published. Required fields are marked *