ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଏବଂ ‘ଦ ସି ଆଣ୍ଡ୍‌ ସେଭେନ୍‌ ଭିଲେଜେସ୍‌’କୁ ସ୍ୱତନ୍ତ୍ର ପୁରସ୍କାର

ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଏବଂ ‘ଦ ସି ଆଣ୍ଡ୍‌ ସେଭେନ୍‌ ଭିଲେଜେସ୍‌’କୁ ସ୍ୱତନ୍ତ୍ର ପୁରସ୍କାର

୨୦୨୩ ବର୍ଷ ପାଇଁ ଆଜି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ବିଚାରକ ମଣ୍ଡଳୀ ଆଜି ନୂଆଦିଲ୍ଲୀରେ ବିଜେତାମାନଙ୍କର ନାମ ଘୋଷଣା କରିଛନ୍ତି । ଏହି ଘୋଷଣା ପୂର୍ବରୁ, ଫିଚର ଫିଲ୍ମ ବିଚାରକ ମଣ୍ଡଳୀର ଅଧ୍ୟକ୍ଷ ଶ୍ରୀ ଆଶୁତୋଷ ଗୋୱାରିକର, ଅଣ-ଫିଚର ଫିଲ୍ମ ଜୁରିର ଅଧ୍ୟକ୍ଷ ଶ୍ରୀ ପି. ଶେଷାଦ୍ରୀ, ଡକ୍ଟର ଅଜୟ ନାଗଭୂଷଣ ଏମଏନ, ଜେଏସ (ଫିଲ୍ମ) ୨୦୨୩ ବର୍ଷ ପାଇଁ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାଙ୍କ ତାଲିକା ଉପସ୍ଥାପନ କରିଥିଲେ। ଏହି ଅବସରରେ ପିଆଇବିର ମହାନିର୍ଦ୍ଦେଶିକା ସୁଶ୍ରୀ ମତ୍ତୁ ଜେ ପି ସିଂହ ମଧ୍ୟ ଉପସ୍ଥିତ ଥିଲେ। ୨୦୨୩ ବର୍ଷର ପୁରସ୍କାର ପାଇଁ ମୋଟ ୩୩୨ଟି ଫିଚର ଫିଲ୍ମ, ୧୧୫ଟି ଅଣ-ଫିଚର ଫିଲ୍ମ, ୨୭ଟି ପୁସ୍ତକ ଏବଂ ୧୬ଟି ସମାଲୋଚକ ପାଇଁ ଆବେଦନ ମିଳିଥିଲା।

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଚାରକ ମଣ୍ଡଳୀ ଆନୁଷ୍ଠାନିକ ଭାବରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗନଙ୍କୁ ପୁରସ୍କାର ବିଜେତାଙ୍କ ତାଲିକା ପ୍ରଦାନ କରିଛନ୍ତି।

Leave a Reply