ଭାରତ ଓ ଆମେରିକା ଗତ କିଛି ମାସ ହେବ ଏକ ସ୍ୱଚ୍ଛ, ସନ୍ତୁଳିତ ଏବଂ ଆପୋସ ଲାଭ ଆଧାରିତ ଦ୍ୱିପାକ୍ଷିକ ବାଣିଜ୍ୟିକ ରାଜିନାମା ପାଇଁ ଆଲୋଚନା ଜାରି ରଖିଛନ୍ତି 

ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଭାରତ ସରକାର ଅବଗତ ଅଛନ୍ତି। ସରକାର ଏହାର ପରିଣାମ ଅନୁଧ୍ୟାନ କରୁଛନ୍ତି।

ଭାରତ ଓ ଆମେରିକା ଗତ କିଛି ମାସ ହେବ ଏକ ସ୍ୱଚ୍ଛ, ସନ୍ତୁଳିତ ଏବଂ ଆପୋସ ଲାଭ ଆଧାରିତ ଦ୍ୱିପାକ୍ଷିକ ବାଣିଜ୍ୟିକ ରାଜିନାମା ପାଇଁ ଆଲୋଚନା ଜାରି ରଖିଛନ୍ତି। ଆମେ ଏହି ଲକ୍ଷ୍ୟ ପ୍ରତି ସଂକଳ୍ପବଦ୍ଧ ରହିଛୁ।

ଆମର ଚାଷୀ, ଉଦ୍ୟୋଗୀ ଏବଂ ଏମଏସଏମଇଗୁଡ଼ିକୁ ସୁରକ୍ଷା ଓ ପ୍ରୋତ୍ସାହନ ଦେବା ଲାଗି ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି।

ସରକାର ରାଷ୍ଟ୍ରହିତ ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ନିକଟରେ ବ୍ରିଟେନ ସହ ହୋଇଥିବା ରାଜିନାମା (ବ୍ୟାପକ ଆର୍ଥିକ ଓ ବାଣିଜ୍ୟ ରାଜିନାମା) ସମେତ ଅନ୍ୟ ବାଣିଜ୍ୟିକ ରାଜିନାମରେ ଏପରି କରାଯାଇଛି।

Leave a Reply

Your email address will not be published. Required fields are marked *