ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ

ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ’ ଉପଲକ୍ଷେ ଓଡ଼ିଶା ଡାକ ପରିମଣ୍ଡଳ ଦ୍ୱାରା ଆଜି ଏକ ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ସ୍ଥିତ ଓଡ଼ିଶା ପରିମଣ୍ଡଳର ସିପିଏମଜି କାର୍ଯ୍ୟାଳୟ ପିଆରସି ହଲ୍ ରେ ଏହି ଉନ୍ମୋଚନ ସମାରୋହ ଆୟୋଜିତ ହୋଇଥିଲା । ଏଥିରେ ବରିଷ୍ଠ ଡାକ ଅଧିକାରୀ/କର୍ମଚାରୀ, ଜଣାଶୁଣା ଡାକ ଟିକେଟ ସଂଗ୍ରହକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ । ଓଡ଼ିଶା ପରିମଣ୍ଡଳର ମୁଖ୍ୟ ମହାଡାକପାଳ ନିର୍ମଳଜିତ ସିଂହ ଏହି ସ୍ୱତନ୍ତ୍ର ଲଫାପାକୁ ଉନ୍ମୋଚନ କରିଥିଲେ। ସେ ତାଙ୍କ ଅଭିଭାଷଣରେ ବାଘ ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସମାରୋହରେ ଡାକ ସେବା ନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଅମିତ କୁମାର ଝା, ଭୁବନେଶ୍ୱର ଡିଭିଜନର ଏସଏସପିଓ ଶ୍ରୀ ତାରିଣୀ ଚରଣ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଡାକ ସହାୟକ ନିର୍ଦ୍ଦେଶକ (ଫିଲାଟେଲି) ମଧୁସ୍ମିତା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସ୍ୱତନ୍ତ୍ର ଲଫାପା ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରର ଫିଲାଟେଲିକ୍ ବ୍ୟୁରୋଠାରେ ୨୫ ଟଙ୍କା ମୂଲ୍ୟରେ ଡାକ ଟିକଟ ସଂଗ୍ରହକାରୀ ତଥା ଜଣ ସାଧାରଣଙ୍କ କ୍ରୟ ନିମନ୍ତେ ଉପଲବ୍ଧ ହେବ।

Leave a Reply

Your email address will not be published. Required fields are marked *