ଦିବ୍ୟା ଦେଶମୁଖଙ୍କର ସଫଳତା ଅନେକ ଲୋକଙ୍କୁ ପ୍ରେରିତ କରିବ

ଗ୍ରାଣ୍ଡମାଷ୍ଟର ହେବା ପାଇଁ ଦିବ୍ୟା ଦେଶମୁଖଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟା ଦେଶମୁଖଙ୍କୁ କେବଳ ୨୦୨୫ ଫିଡେ ମହିଳା ବିଶ୍ୱକପ ଜିତିବା ପାଇଁ ନୁହେଁ ବରଂ ଜଣେ ଗ୍ରାଣ୍ଡମାଷ୍ଟର ହେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ତାଙ୍କର ଏହି ସଫଳତା ଅନେକ ଲୋକଙ୍କୁ ପ୍ରେରିତ କରିବ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଚେସକୁ ଆହୁରି ଲୋକପ୍ରିୟ  କରିବାରେ ଯୋଗଦାନ ଦେବ ।”

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଭାରତୀୟ ଚେସ ପାଇଁ ଏହା ଏକ ବିଶେଷ ଦିନ !

ଦିବ୍ୟା ଦେଶମୁଖ କେବଳ ୨୦୨୫ ଫିଡେ ମହିଳା ବିଶ୍ୱକପ ଜିତି ନାହାଁନ୍ତି ବରଂ ଜଣେ ଗ୍ରାଣ୍ଡମାଷ୍ଟର ମଧ୍ୟ ହୋଇଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ । ତାଙ୍କର ଏହି ସଫଳତା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇବ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଚେସ୍‌କୁ ଆହୁରି ଲୋକପ୍ରିୟ କରିବାରେ ଯୋଗଦାନ ଦେବ ।”

Leave a Reply

Your email address will not be published. Required fields are marked *