ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ମନସା ଦେବୀ ମନ୍ଦିର ରାସ୍ତାରେ ଦଳାଚକଟା ଯୋଗୁ ଜୀବନହାନି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ମନସା ଦେବୀ ରାସ୍ତାରେ ଦଳାଚକଟା ଯୋଗୁ ଜୀବନହାନି ଘଟଣାରେ ଗଭୀର ଦୁଃଖିତ । ସମ୍ପର୍କୀୟଙ୍କୁ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ମୋର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଭାବିତମାନଙ୍କୁ ସ୍ଥାନୀୟ ପ୍ରଶାସନ ଯଥାସମ୍ଭବ ସହାୟତା କରୁଛି: ପ୍ରଧାନମନ୍ତ୍ରୀ @narendramodi”