Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୋଳଥ ଡାଲି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୋଳଥ ଡାଲି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ

ଆପଣ ବିଭିନ୍ନ ପ୍ରକାର ଡାଲି ଖାଇଥିବେ । ହରଡ, ମୁଗ, ମସୁର, ବୁଟ ଇତ୍ୟାଦି ଡାଲି ନିଶ୍ଚିତ ଖାଇଥିବେ । ଏହିସବୁ ଡାଲି ଛଡା କୋଳଥ ଡାଲି ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏହି ଡାଲିର ଫାଇଦା ଆପଣଙ୍କୁ ଫିଟ୍ ରହିବା ସହିତ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ । ଶରୀରର ଅନେକ ପ୍ରୋଟିନର ଅଭାବକୁ ପୂରଣ କରିଥାଏ । ଏହାଛଡା ମାର୍କେଟରେ ବିଭିନ୍ନ ପ୍ରକାରର ଡାଲି ମିଳିଥାଏ । କିନ୍ତୁ କମ୍ ଲୋକେ କୋଳଥ ଡାଲି ଖାଉଥିବେ । କୋଳଥ ଡାଲିରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ । ପୃଷ୍ଟିସାର, ଲେଚ୍ଚହସାର, କ୍ୟାଲସିୟମରେ ଭରପୁର କୋଳଥ । ଏଥିରେ ଶ୍ୱେତସାର ଏବଂ ଚର୍ବିର ମାତ୍ରା କମ ରହିଥାଏ । ଏହାବ୍ୟତୀତ ଏହି ଡାଲି ନିୟମିତ ଖାଇବା ଦ୍ୱାରା ମେଦ ବହୁଳତା ଏବଂ ଓଜନ ହ୍ରାସ ପାଇଥାଏ । ଋତୁକାଳୀନ ସମସ୍ୟା ଭୋଗୁଥିବା ମହିଳାମାନେ କୋଳଥ ଡାଲି ଖାଇବା ଉଚିତ । ଏହା ଦ୍ୱାରା ଅତ୍ୟଧିକ ରକ୍ତସ୍ରାବ କମେ । ହିମୋଗ୍ଲୋବିନ୍ ମାତ୍ରା ବଢ଼େ । ରକ୍ତହୀନତାରେ ପଡ଼ିବା ଆଶଙ୍କା ରହେ ନାହିଁ । ତେବେ ଆଉ କ’ଣ ଫାଇଦା ମିଳେ ଜାଣନ୍ତୁ… – କୋଳଥ ଡାଲିକୁ ଅଧିକାଂଶ ଦକ୍ଷିଣ ଭାରତ ସହରରେ ଖାଇଥାନ୍ତି । ରସମ ହେଉ ଅବା ସମ୍ବର ସାଉଥ ଇଣ୍ଡିଆନ ଖାଦ୍ୟରେ କୋଳଥ ଡାଲିର ବ୍ୟବହାର କରାଯାଏ । – ହୃଦୟକୁ ସୁସ୍ଥ ରଖିବା ପାଇଁ କୋଳଥ ଡାଲି ବେଶ୍ ଉପକାରୀ । ପୋଷକ ତତ୍ତ୍ୱରେ ଭରପୂର କୋଳଥ ଡାଲି ନିୟମିତ ରୂପେ ଖାଇବା ଦ୍ୱାରା ହୃଦ ସମ୍ବନ୍ଧୀୟ ରୋଗ ଦୂରେଇ ରହିଥାଏ । ନିଜ ଡାଏଟରେ କୋଳଥ ଡାଲି ନିଶ୍ଚିତ ସାମିଲ କରନ୍ତୁ । – ଡାଇବେଟିଜ ଅର୍ଥାତ୍ ମଧୁମେହ ରୋଗ ଥିଲେ କୋଳଥ ଡାଲି ଖାଇବା ଦ୍ୱାରା ଫାଇଦା ମିଳିଥାଏ । ଏଥିରେ ଥିବା ପୁଷ୍ଟିକର ଗୁଣ ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରିବାର କାମ କରିଥାଏ । – କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରିବାରେ ବେଶ୍? ସହାୟକ ହୋଇଥାଏ କୋଳଥ ଡାଲି । ଏହି ଡାଲିରେ ଶରୀରରେ ଖରାପ କୋଲେଷ୍ଟ୍ରୋଲକୁ କମ୍? କରି ଭଲ କୋଲେଷ୍ଟ୍ରୋଲକୁ ବୃଦ୍ଧି କରିଥାଏ । ଏଥିପାଇଁ କୋଳଥ ଡାଲିକୁ ସେବନ କରିବା ଦ୍ୱାରା କୋଲେଷ୍ଟ୍ରାଲ ଲେବଲ ନିୟନ୍ତ୍ରଣରେ ରହିଥାଏ । – କୋଷ୍ଠକାଠିନ୍ୟ ଥିଲେ କୋଳଥ ଡାଲି ଉପକାରୀ । କୋଳଥ ଡାଲିରେ ଭରପୂର ମାତ୍ରାରେ ଫାଇବର ବେଶି ରହିଥାଏ । ଯାହା ଦ୍ୱାରା ଏହାକୁ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ । କୋଷ୍ଠକାଠିନ୍ୟ, ଏସିଡିଟି ସମସ୍ୟା ଦୂର ହୋଇଥାଏ । – ପେଟରୁ ପଥୁରୀ ସମସ୍ୟା ଥିଲେ କୋଳଥ ଡାଲିକୁ ସିଝାଇ ଏହାର ପାଣିକୁ ଖାଲିପେଟରେ ପିଇବା ଦ୍ୱାରା ଭଲ ହୋଇଥାଏ । ନିୟମିତ କୋଳଥ ଡାଲି ଖାଇବା ଦ୍ୱାରା ପେଟ ରୋଗ ସମସ୍ୟା ଦୂର ହୁଏ । ବୃକ୍କରେ ଛୋଟ ପଥର ସମସ୍ୟା ଥିଲେ ପ୍ରତି ଦିନ ସକାଳେ କୋଳଥ ବତୁରା ପାଣି ପିଅନ୍ତୁ

Leave a Reply