Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଝଟକା, ପଶ୍ଚିମବଙ୍ଗରେ ରିଲିଜ୍ ହେବ "ଦ କେରଳ ଷ୍ଟୋରି' - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଝଟକା, ପଶ୍ଚିମବଙ୍ଗରେ ରିଲିଜ୍ ହେବ “ଦ କେରଳ ଷ୍ଟୋରି’

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରୁ ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା ଲାଗିଛି । ଫିଲ୍ମ “ଦ କେରଳ ଷ୍ଟୋରି’ ଉପରେ ଲାଗୁଥିବା ବ୍ୟାନକୁ ସର୍ବୋଚ୍ଚ କୋର୍ଟ ହଟାଇ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗର ମମତା ସରକାର ମଇ ୮ରେ ନିଦେ୍ର୍ଦଶ ଜାରି କରି ରାଜ୍ୟରେ “ଦ କେରଳ ଷ୍ଟୋରି’ ଫିଲ୍ମକୁ ବ୍ୟାନ କରିଥିଲେ । “ଦ କେରଳ ଷ୍ଟୋରି’ ମାମଲାର ଗୁରୁବାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ସାର୍ବଜନୀନ ଅସହିଷ୍ଣୁତାକୁ ପ୍ରୋତ୍ସାହିତ କରିବା ପାଇଁ ଆଇନର ପ୍ରୟୋଗ କରାଯାଇ ପାରିବ ନାହିଁ । ଅନ୍ୟଥା ସବୁ ଫିଲ୍ମକୁ ନେଇ ଏପରି ସ୍ଥିତି ସୃଷ୍ଟି ହେବ । କୋର୍ଟ କହିଛନ୍ତି ଯେ ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ରାଜ୍ୟର ଦାୟିତ୍ୱ । ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଫିଲ୍ମକୁ ମିଳିଥିବା ପ୍ରମାଣ-ପତ୍ରକୁ ନେଇ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନ ଉପରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସେ “ଦ କେରଳ ଷ୍ଟୋରି’ ଦେଖିବାକୁ ·ହିଁବେ । ଏହାଛଡ଼ା ପ୍ରଧାନ ବି·ରପତି ଡିୱାଇ ଚନ୍ଦ୍ରଚୂଡଙ୍କ ପୀଠ ତାମିଲନାଡୁ ସରକାରଙ୍କୁ ଫିଲ୍ମର ସ୍କ୍ରିନିଂ ଏବଂ ଦର୍ଶକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିଦେ୍ର୍ଦଶ ଦେଇଛନ୍ତି । ଶୁଣାଣି ସମୟରେ ଫିଲ୍ମର ର୍ନିମାତାଙ୍କୁ ନିଦେ୍ର୍ଦଶ ଦିଆଯାଇ ଫିଲ୍ମରେ ଅତିରିକ୍ତ ଡିସକ୍ଲେମର ଯୋଡିବାକୁ କୁହାଯାଇଛି । ଏଥିରେ ଧର୍ମାନ୍ତରଣ ହୋଇଥିବା ସଂଖ୍ୟା ୩୨୦୦୦ କିମ୍୍ୱା ଅନ୍ୟ ସଂଖ୍ୟାର କୌଣସି ପ୍ରାମାଣିକ ଡାଟା ନାହିଁ ବୋଲି ଉଲ୍ଲେଖ କରିବାକୁ କୁହାଯାଇଛି । ଏହା ପୂର୍ବରୁ ଗତ ଶୁକ୍ରବାର ଫିଲ୍ମ ଦ କେରଳ ଷ୍ଟୋରିର ର୍ନିମାତାଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟ ଜବାବ ମାଗିଥିଲେ । ସିନେମାଘରେ ତିନି ଦିନ ପ୍ରଦର୍ଶନ ପରେ ଫିଲ୍ମ ଉପରେ ପଶ୍ଚିମବଙ୍ଗ ସରକାର ବ୍ୟାନ ଲଗାଇଥିଲେ । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ପିଏସ ନରସିମ୍ହାଙ୍କ ପୀଠ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶ୍ନ କରି କହିଥିଲେ ଯେ ଫିଲ୍ମକୁ ଦେଶର ଅନ୍ୟ ସବୁ ସ୍ଥାନରେ ବିନା କୌଣସି ସମସ୍ୟାରେ ପ୍ରଦର୍ଶିତ କରାଯାଉଛି ଏବଂ ଏହା ଉପରେ ପ୍ରତିବନ୍ଧକ ଲାଗୁ କରାଯିବାର କୌଣସି କରାଣ ଦେଖା ଯାଉ ନାହିଁ । ଖଣ୍ଡପୀଠ ପଶ୍ଚିମବଙ୍ଗର ସରକାରଙ୍କ ପକ୍ଷ ରହୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀଙ୍କୁ କହିଥିଲେ, “ଦେଶର ସବୁ ସ୍ଥାନରେ ଫିଲ୍ମକୁ ପ୍ରଦର୍ଶିତ କରାଯାଉଛି । ଏଥିରେ ଏପରି ରାଜ୍ୟ ମଧ୍ୟ ରହିଛି, ଯେଉଁଠି ଜନସଂଖ୍ୟାର ସଂରଚନା ସମାନ ରହିଛି ଏବଂ ସେଠାରେ କିଛି ହୋଇନାହିଁ । ଯଦି ଦର୍ଶକ ଫିଲ୍ମକୁ ଫସନ୍ଦ କରିବେନି, ତେବେ ସେମାନେ ଫିଲ୍ମ ଦେଖିବାକୁ ଯିବେ ନାହିଁ’ । ତେବେ ଶୁଣାଣି ସମୟରେ ସିଙ୍ଘଭୀ କହିଥିଲେ ଯେ ଗୁଇନ୍ଦା ରିପୋର୍ଟ ଅନୁସାରେ, ଏଠାରେ ଆଇନ ବ୍ୟବସ୍ଥା ସମସ୍ୟା ସୃଷ୍ଟି ହୋଇପାରେ ଏବଂ ବିଭିନ୍ନ ସମ୍ପ୍ରଦାୟ ମଧ୍ୟ ଶାନ୍ତି ଭଙ୍ଗ ହୋଇପାରେ ।

Leave a Reply