ଆତଙ୍କବାଦୀମାନେ ଆକ୍ରମଣର ୨୪ ଘଣ୍ଟା ପୂର୍ବରୁ ପରଭେଜଙ୍କ ଘରେ ଖାଦ୍ୟ ଖାଇଥିଲେ

ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀର ପହଲଗାମର ବୈଶାରଣ ଘାଟିରେ ନରସଂହାରର କରିଥିଲେ ପାକିସ୍ତାନୀ ଆତଙ୍କବାଦୀ । ଧର୍ମ ପଚାରି ଜଣ ଜଣ କରି ୨୬ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ ।  ଆକ୍ରମଣର ପୂର୍ବ ଦିନ ଆତଙ୍କବାଦୀ ଜଣେ ସ୍ଥାନୀୟ ମହିଳାଙ୍କ ସହାୟତା ନେଇଥିବା ଜଣାପଡ଼ିଛି । ଘଟଣାରେ NIA ଆଉ 2 ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ଗିରଫ କରିଛି । ଏପର୍ଯ୍ୟନ୍ତ 50 ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛି NIA । ଗତ ଏପ୍ରିଲ 22 ତାରିଖରେ ଆତଙ୍କବାଦୀମାନେ AK-47 ଏବଂ M4 ରାଇଫଲରେ 26 ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ତଦନ୍ତକାରୀ ଟିମ୍ କୁ ବୈସରଣ ଭ୍ୟାଲିରୁ କାର୍ଟ୍ରିଜ୍ ମଧ୍ୟ ପାଇଥିଲା । ଆତଙ୍କବାଦୀମାନେ ଆକ୍ରମଣର ୨୪ ଘଣ୍ଟା ପୂର୍ବରୁ ସ୍ଥାନୀୟ ପରଭେଜଙ୍କ ଘରେ ଖାଦ୍ୟ ଖାଇଥିଲେ ଏବଂ ଚାଉଳ ସହିତ ମସଲା ମଧ୍ୟ ପ୍ୟାକ୍ କରିଥିଲେ। ଏହା ବଦଳରେ ଆତଙ୍କବାଦୀମାନେ ପରଭେଜଙ୍କ ସ୍ତ୍ରୀଙ୍କୁ ପାଞ୍ଚ ଶହ ଟଙ୍କିଆ ପାଞ୍ଚଟି ନୋଟ୍ ଦେଇଥିବା NIA ତଦନ୍ତରୁ ଖୁଲାସା ହୋଇଛି । NIA ତଦନ୍ତ ନେଇ ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି ବିଜେପି ନେତା ଅମିତ ମାଲବ୍ୟ ।

Leave a Reply