ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ଅତ୍ୟାଚାର କରିବା ଘଟଣା ନୂଆ ନୁହେଁ । ପାକିସ୍ତାନର ସିନ୍ଧୁ ପ୍ରାନ୍ତରେ ପ୍ରତିଦିନ ଏପରି ଘଟଣା ନଜରରେ ଆସେ ଯେଉଁଠି ହିନ୍ଦୁ ମହିଳାମାନଙ୍କୁ ଧର୍ମାନ୍ତରଣ କରି ମୁସଲିମ ବ୍ୟକ୍ତିଙ୍କ ସହ ତାଙ୍କର ବିବାହ କରାଯାଏ । ତେବେ ବର୍ତ୍ତମାନ ସିନ୍ଧ୍ର ତନ୍ଦୋ ଅଲ୍ଲାହୟାର ଜିଲ୍ଲାରେ ତିନିଜଣ ନାବାଳିକାଙ୍କ ପରିବାର ଲୋକେ ଏହି ଘଟଣାକୁ ନେଇ ପୋଲିସ ଷ୍ଟେସନରେ ଏଫଆଇଆର(FIR) ଦୋଇଛନ୍ତି । ସେଥିରେ ଲେଖାଅଛି, କି ତିନିଟି ଅଲଗା ଅଲଗା ସ୍ଥାନରେ ନାବାଳିକା ୩ ଜଣଙ୍କୁ ଅପହରଣ କରାଯାଇ ଜୋର ଜବରଦସ୍ତ ତାଙ୍କର ଧର୍ମ ପରିବର୍ତ୍ତନ କରାଯାଇ ତାଙ୍କୁ ମୁସଲିମ ବ୍ୟକ୍ତିଙ୍କ ସହ ବିବାହ କରାଯାଉଛି । ତେବେ ଏହି ଧର୍ମ ପରିବର୍ତ୍ତନକୁ ନେଇ ସେମାନଙ୍କ ପରିବାର ପକ୍ଷରୁ ବିରୋଧ କରାଯାଇଛି, ଏବଂ ସେହି ଅପହରଣକାରୀଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି । ଏଫଆଇଆର ଦେବାପରେ ସେମାନେ ଥାନା ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଯେପର୍ଯ୍ୟନ୍ତ ଅପହରଣକାରୀଙ୍କୁ ଗିରଫ ନକରାଯାଇଛି, ସେମାନେ ବିରୋଧ କରିବେ ବୋଲି ପୋଲିସକୁ କଡା ଚେତାବନୀ ଦେଇଛନ୍ତି ।