ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ 

ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ । ମୃତ ମାଓବାଦୀଙ୍କ ମଧ୍ୟରେ ସବ୍ ଜୋନାଲ୍ ନକ୍ସଲ୍ କମାଣ୍ଡର କୁଅଁର୍ ମାଂଝୀ ରହିଛି । ତା ମୁଣ୍ଡରେ ୨୫ ଲକ୍ଷ ଟଙ୍କା ଇନାମୀ ଘୋଷଣା ଥିଲା । ବୋକାର ଜିଲ୍ଲାର ଗୋମୀୟା ଅଞ୍ଚଳ ଲୁଗୁ ପାହାଡ଼ରେ ଗୁଳିବିନିମୟ ହୋଇଛି । ଜଣେ କୋବ୍ରା ଯବାନ ସହିଦ, ଦୁଇ ଜଣ ଆହତ ହୋଇଥିବା ସୂଚନା । ଘଟଣାସ୍ଥଳରୁ AK-47 ରାଇଫଲ୍ ଜବତ ହୋଇଛି । ଏବେ ବି ଗୁଳିବିନିମୟ ଜାରି ରହିଛି ।

Leave a Reply