ଆଜି ପ୍ରବଳ ବର୍ଷା ଯୋଗୁ ଅମରନାଥ ଯାତ୍ରା ସ୍ଥଗିତ । ପ୍ରବଳ ବର୍ଷା ପାଇଁ ଯାତାୟାତରେ ଅସୁବିଧା ହେବା ସହ ବାଲଥାଲ ଓ ପହଲଗାମରୁ ତୀର୍ଥଯାତ୍ରୀଙ୍କ ଆଗମନକୁ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି । ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁ ନଦୀ ଓ ନାଳଗୁଡିକରେ ଜଳସ୍ତର ବୃଦ୍ଧି ପାଇଛି । ଭୂସ୍ଖଳନ ଆଶଙ୍କା ରହିଥିବାରୁ ଯାତ୍ରୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଷ୍ଟିଲ ବ୍ରିଜରେ ଭୂସ୍ଖଳନରେ ୩ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆଗାମୀ ୨୧ ଜୁଲାଇ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆକଳନ କରିଛି IMD …
୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ମୁଖତାର ଅହମ୍ମଦ କହିଛନ୍ତି ଯେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ କାଶ୍ମୀର ଡିଭିଜନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସେ କହିଛନ୍ତି ଯେ, 18 ଜୁଲାଇରୁ ପାଗରେ ଉନ୍ନତି ଆସିବ ଏବଂ 20 ଜୁଲାଇ ପର୍ଯ୍ୟନ୍ତ ସମାନ ପାଗ ରହିବ। ସେ କହିଛନ୍ତି ଯେ, ପୁଣି 21ରୁ 23 ଜୁଲାଇ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି। ଏହା ବାଦ୍ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଜମ୍ମୁ ଅଞ୍ଚଳରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।