ପାକ ସେନା ଉପରେ ଆକ୍ରମଣ ପରେ ବାଲୁଚ ଲିବରେସନ ଆର୍ମି ଏକ ବିବୃତ୍ତି ଜାରି କରିଛି। ପାକିସ୍ତାନୀ ସେନା ବିରୋଧରେ BLA ପକ୍ଷରୁ ଯୁଦ୍ଧ ଜାରିରହିଛି । ବାଲୁଚ ଲିବରେସନ ଆର୍ମି(BLA)ଦାବି କରିଛି ଯେ, ଏହା କଳାଟ ଏବଂ କ୍ୱେଟାରେ ୨୯ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛି। BLAର ସ୍ବତନ୍ତ୍ର ୟୁନିଟ ଫତାହ ସ୍କ୍ବାଡ ପାକିସ୍ତାନୀ ସୈନିକମାନଙ୍କୁ ନେଇଯାଉଥିବା ବସ୍କୁ IED ସାହାଯ୍ୟରେ ଟାର୍ଗେଟ କରିଛି।