ନୂଆଦିଲ୍ଲୀ: କାନାଡାର ଟୋରଣ୍ଟୋ ସହରରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବେଳେ ଦୁର୍ବୃତ୍ତଙ୍କ ଦ୍ୱାରା ଭକ୍ତଙ୍କ ଉପରେ ଅଣ୍ଡା ଫିଙ୍ଗା ଯାଇଛି । ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ରଥଯାତ୍ରାରେ ଭକ୍ତମାନେ ରାସ୍ତାରେ ଭଜନ ଏବଂ କୀର୍ତ୍ତନ କରି ଆସୁଥିଲେ । ଏହି ଘଟଣା ସାରା ବିଶ୍ୱରେ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଭାରତ ସରକାର ଏବେ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କାନାଡା ପାଖରେ ଦାବି କରିଛନ୍ତି ।
ଇନଷ୍ଟାଗ୍ରାମ୍ ୟୁଜର ସଙ୍ଗନା ବଜାଜ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘କୋଠା ଉପରୁ ଆମ ଉପରେ ଅଣ୍ଡା ଫିଙ୍ଗିଗଲା, କାହିଁକି ? କାରଣ ଆମର ଅସ୍ଥା ଅଛି ? କାରଣ ଆମର ଖୁସି ସେମାନଙ୍କୁ ପସନ୍ଦ ଆସିନଥିଲା ? କିନ୍ତୁ ଆମେ ନ ଅଟକି ନଥିଲୁ, କାରଣ ଯେତେବେଳେ ପ୍ରଭୁ ଜଗନ୍ନାଥ ରାସ୍ତାରେ ଥାଆନ୍ତି, ସେତେବେଳେ ଘୃଣା କିଛି କରିପାରିବ ନାହିଁ ।’
ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ କୃଷ୍ଣ କନସିସନେସ୍ (ଇସ୍କନ) ଦ୍ୱାରା ଆୟୋଜିତ ୫୩ତମ ବାର୍ଷିକ ରଥଯାତ୍ରା ସମୟରେ ଏହି ଘଟଣା ଘଟିଥିଲା । ହଜାର ହଜାର ଲୋକ ଏହି ଦିବ୍ୟ କାର୍ଯ୍ୟରେ ଯୋଗ ଦିଅନ୍ତି, ଯେଉଁଠାରେ ଭକ୍ତମାନେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥ ଟାଣି ଟାଣିଥାନ୍ତି ।
People throwing eggs at the ISKCON Rath Yatra in 🇨🇦 pic.twitter.com/nLsSKeOpC0— Journalist V (@OnTheNewsBeat) July 13, 2025
ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହାକୁ ‘ଘୃଣ୍ୟ ଏବଂ ନିନ୍ଦନୀୟ’ କହିଛନ୍ତି । ସେ କହିଛନ୍ତି, ‘ଟୋରଣ୍ଟୋରେ ଅନୁଷ୍ଠିତ ରଥଯାତ୍ରା ସମୟରେ କିଛି ଦୁର୍ବୃତ୍ତ ବିଭ୍ରାଟ ସୃଷ୍ଟି କରିଥିଲେ, ଯାହା ଭାବନା ବିରୁଦ୍ଧରେ ଥିଲା । ଆମେ କାନାଡା କର୍ତ୍ତୃପକ୍ଷଙ୍କ ନିକଟରେ ଏହି ପ୍ରସଙ୍ଗକୁ ଦୃଢ଼ ଭାବରେ ଉଠାଇଛୁ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଆଶା କରୁଛୁ।’
Our response to media queries regarding an incident during the Rath Yatra procession in Toronto, Canada
🔗 https://t.co/4KnXWKDVkX pic.twitter.com/Q262jZReJP
— Randhir Jaiswal (@MEAIndia) July 14, 2025