ଘୃଣା ସୃଷ୍ଟିକାରୀ ଭାଷଣକୁ ବରଦାସ୍ତ କରାଯିବ ନାହିଁ

ଘୃଣା ସୃଷ୍ଟିକାରୀ ଭାଷଣକୁ ଗମ୍ଭୀରତାର ସହ ନେବା ସହ ଏହାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଅଦାଲତ କହିଛନ୍ତି ଯେ ଘୃଣା ସୃଷ୍ଟିକାରୀ ଭାଷଣକୁ ବରଦାସ୍ତ କରାଯିବ ନାହିଁ । ଏହା ଏକ ବଡ଼ ବିପଦରେ ପରିଣତ ହେଉଛି ଯାହାକୁ ବଢିବାରୁ ରୋକିବାକୁ ପଡିବ । ସୋସିଆଲ ମିଡିଆରେ ପ୍ରସାରିତ ଘୃଣା ସୃଷ୍ଟିକାରୀ ଭାଷଣ ବେଶ୍ ଚିନ୍ତାଜନକ ଏବଂ ଏହାକୁ ଅଟକାଇବାର ଆବଶ୍ୟକତା ରହିଛି। ଆଜିକାଲି ‘ଅଭିବ୍ୟକ୍ତିର ସ୍ୱାଧୀନତା’ ନାମରେ ସବୁକିଛିକୁ ଯଥାର୍ଥ ବୋଲି ପ୍ରମାଣ କରିବା ପାଇଁ ଚେଷ୍ଟା କରାଯାଉଛି, ଯାହା ଅତ୍ୟନ୍ତ ବିପଜ୍ଜନକ। କୋର୍ଟ କହିଛନ୍ତି ଯେ ଘୃଣା ସୃଷ୍ଟିକାରୀ ଭାଷଣ ଦେଶର ଧର୍ମନିରପେକ୍ଷ ଢାଞ୍ଚା ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ।ହେଟ୍ ସ୍ପିଚ୍ ବା ଘୃଣା ସୃଷ୍ଟିକାରୀ ଭାଷଣକୁ ନେଇ ସୁପ୍ରିମକୋର୍ଟ ଅଧିକ କଠୋର ହେବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *