Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଉଦ୍ଘାଟିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଉଦ୍ଘାଟିତ

ବୌଦ୍ଧ : ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଦକ୍ଷିଣ ପଶ୍ଚିମ ସମ୍ଭାଗ ଅନ୍ତର୍ଗତ, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଉଦଘାଟିତ ହୋଇଯାଇଛି ।ଏହି ଉତ୍ସବରେ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଦିବାକର ଘୋଷ ,ସୁବର୍ଣ୍ଣପୁର ବିଭାଗ ନିରୀକ୍ଷକ ଗୁପ୍ତେଶ୍ୱର ଥନାପତି ,ଜିଲ୍ଲା ପ୍ରମୁଖ କାର୍ତ୍ତିକେଶ୍ୱର ବେହେରା ଓ ସ୍ଥାନୀୟ ବିଦ୍ୟାଳୟର ଉପ ସଭାପତି ବ୍ୟୋମ କେଶ ମିଶ୍ର ଉପସ୍ଥିତ ଥିଲେ । ଏହି ବୈଠକରେ ବିଭାଗ ନିରୀକ୍ଷକ ଗୁପ୍ତେଶ୍ୱର ଥନାପତି ଅତିଥି ପରିଚୟ , କାର୍ତ୍ତିକେଶ୍ୱର ବେହେରା ବୈଠକର ଆଭିମୁଖ୍ୟ ଓ ଦିବାକର ଘୋଷ ମାର୍ଗ ଦର୍ଶନ କରିଥିଲେ । ଏହି ବୈଠକରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ୮୨ ଜଣ ପ୍ରଧାନ ଆଚାର୍ଯ୍ୟ ଓ ସମ୍ପାଦକ ଉପସ୍ଥିତ ଥିଲେ । ଚଳିତ ଶିକ୍ଷାବର୍ଷରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ମାର୍ଗଦର୍ଶନ କରିଥିଲେ । ମେଧାବୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହ ପ୍ରାନ୍ତ ନିରୀକ୍ଷକ ପ୍ରସନ୍ନ ବିଶ୍ୱାଳ, ସଂଭାଗ ସଂଯୋଜକ ଜିତେନ୍ଦ୍ର କୁମାର ପଣ୍ଡା ବୈଠକରେ ଉପସ୍ଥିତ ଥିଲେ ।

Leave a Reply