ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟଠାରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ୭୭ତମ ପ୍ରତିଷ୍ଠା ଦିବସ ପାଳନ 

ବୋଲଗଡ଼: ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟଠାରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ୭୭ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏଥିରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ସମର୍ଥକ ବିଦ୍ୟାର୍ଥୀମାନେ ଯୋଗଦେଇ କହିଥିଲେ ଯେ, ଛାତ୍ରୀଛାତ୍ରମାନଙ୍କ ଆଗ୍ରହ ଏବଂ ଜାତୀୟ ସ୍ଵାର୍ଥକୁ ପ୍ରୋତ୍ସାହିତ କରିବା ପାଇଁ ସାରା ବିଶ୍ଵରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳନ କରାଯାଉଛି। ବିଶ୍ବର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସ୍ଥାପନା ଦିବସ ପ୍ରତିବର୍ଷ ଜୁଲାଇ ୯ରେ ପାଳନ କରାଯାଏ। ଭାରତରେ ଏହି ଦିବସକୁ ରାଷ୍ଟ୍ରୀୟ ଦିବସକୁ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଭାବରେ ପାଳନ କରାଯାଇଛି। ଏହି ଦିନର ଉଦ୍ଦେଶ୍ୟ ହେଉଛି ବିଦ୍ୟାର୍ଥୀମାନଙ୍କ ଆଗ୍ରହ ଏବଂ ଜାତୀୟ ସ୍ବାର୍ଥକୁ ପ୍ରୋତ୍ସାହିତ କରିବା ଏବଂ ଏହା ବିଷୟରେ ଲୋକଙ୍କୁ ଅବଗତ କରାଇବା। ଫଳରେ ଲୋକମାନେ ବିଦ୍ୟାର୍ଥୀମାନଙ୍କ ପ୍ରତି ଅଧିକ ଧ୍ୟାନ ଦେଇ ତାଙ୍କୁ ସମ୍ମାନ କରିପାରିବେ ବୋଲି ଛାତ୍ର ଆଶୁତୋଷ ସିଂ, ଗୌତମ ରାମ, ଆଶିଷ ଦଳବେହେରା, ଅନିଲ ବରାଡ଼ ପ୍ରମୁଖଙ୍କ ସମେତ ଅନ୍ୟମାନେ କହିଥିଲେ। ଏହି ଅବସରରେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ କମନ୍‌ମରୁମ ଓ ସାଇକେଲ ଷ୍ଟାଣ୍ଡ ସୁବିଧା ଉପଲବ୍ଧ ପାଇଁ ଏକ ଲିଖିତ ଆବେଦନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଦାଶଙ୍କୁ ଦିଆଯାଇଥିଲା। ତେବେ ଚଳିତ ଜୁଲାଇ ମାସ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ପାଇଁ କମନ୍‌ରୁମ୍ ସମସ୍ୟାର ସମାଧାନ କରାଯିବା ବୋଲି ଅଧ୍ୟକ୍ଷ ଶ୍ରୀ ଦାଶ ଛାତ୍ରମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *