ରୁଷ ଦେଲା ଆଫଗାନିସ୍ତାନର ତାଲିବାନ ଶାସନକୁ ସରକାରୀ ସ୍ବୀକୃତି

ଆଫଗାନିସ୍ତାନର ତାଲିବାନ ଶାସନକୁ ସରକାରୀ ଭାବେ ସ୍ବୀକୃତି ଦେଇଛି ରୁଷ। ତାଲିବାନ ସରକାରକୁ ସ୍ବୀକୃତି ଦେବାରେ ରୁଷ ହେଉଛି ପ୍ରଥମ ରାଷ୍ଟ୍ର। ଏହା ଏକ ସାହସିକ ନିଷ୍ପତ୍ତି ବୋଲି କହିଛନ୍ତି ତାଲିବା ସରକାର। ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମରି ଖାଁ ମୁତ୍ତାକି ଓ ରୁଷର ରାଷ୍ଟ୍ରଦୂତ ଦିମିତ୍ରି ଝିରନୋଙ୍କ ମଧ୍ୟରେ ଆଲୋଚନା ପରେ ତାଲିବାନ ସରକାରକୁ ରୁଷ ସ୍ବୀକୃତି ଦେଇଛି। ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବା ପରଠାରୁ ବିଭିନ୍ନ ପ୍ରସଙ୍ଗରେ ଏହି ସରକାରକୁ ବିଶ୍ବସ୍ତରରେ ସମାଲୋଚନା କରାଯାଇଥିଲା। ବିଶେଷ କରି ତାଲିବାନୀ ନୀତିକୁ ସମାଲୋଚନା କରାଯାଉଥିଲା। ଆଫଗାନିସ୍ତାନରେ ଚୀନ ଓ ପାକିସ୍ତାନ ସମେତ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରଦୂତ ଥିଲେ ବି ତାଲିବାନ ସରକାରକୁ ସେହି ଦେଶମାନେ ସ୍ବୀକୃତି ଦେଇନାହାନ୍ତି। ଆଫଗାନିସ୍ତାନରେ ୧୯୯୬ରୁ ୨୦୦୧ ଯାଏ ତାଲିବାନ ଶାସନ ଚାଲିଥିଲା। ପରେ ୨୦୨୧ରେ ସେମାନେ ପୁଣି ଶାସନକୁ ଆସିଥିଲେ ।

Leave a Reply

Your email address will not be published. Required fields are marked *