Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୯ ଦିନରେ ୧୦୦ କୋଟି ପାର୍ କଲା "ଦ କେରଳ ଷ୍ଟୋରୀ' - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୯ ଦିନରେ ୧୦୦ କୋଟି ପାର୍ କଲା “ଦ କେରଳ ଷ୍ଟୋରୀ’

ମୁମ୍ବାଇ: ଫିଲ୍ମ “ଦି କେରଲା ଷ୍ଟୋରି’ । ରିଲିଜ ହେବାର ୯ ଦିନ ମଧ୍ୟରେ ବକ୍ସ ଅଫିସରେ ୧୧୨.୯୯ କୋଟି ଟଙ୍କା ଆୟ କରିସାରିଲାଣି । ର୍ନିମାତାମାନେ ଦାବି କରିଛନ୍ତି ଯେ ଏହି ସୁନ୍ଦର ଚଳଚ୍ଚିତ୍ରଟି ଏକ ବାସ୍ତବ ଜୀବନ କାହାଣୀ ଉପରେ ଆଧାରିତ ଏବଂ ତେଣୁ ଏହି ଫିଲ୍ମକୁ ନେଇ ଅନେକ ବିବାଦ ଦେଖାଦେଇଛି । ପ୍ରଯୋଜନା ସଂସ୍ଥା ସନ୍ଶାଇନ୍ ପିକ୍ଚର୍ସ ପକ୍ଷରୁ ରବିବାର ଏନେଇ ସୂଚନା ଦିଆଯାଇଛି । ଶନିବାର ଏହି ଫିଲ୍ମ ୧୯.୫ କୋଟି ଟଙ୍କା ଆୟ କରିଥିଲା । ଏହି ଦିନର ସଂଗ୍ରହକୁ ଅନ୍ତର୍ଭୁକ୍ତ କରି ଫିଲ୍ମର ମୋଟ ସଂଗ୍ରହ ବର୍ତ୍ତମାନ ୧୧୨.୯୯ କୋଟି ଟଙ୍କା କରିଛି । ଏହି ଆକଳନ ସହିତ ଏହି ଚଳଚ୍ଚିତ୍ର ଦେଶର ଚଳିତ ବର୍ଷର ଚତୁର୍ଥ ଚଳଚ୍ଚିତ୍ର, ଯାହା ୧୦୦ କୋଟି କ୍ଲବରେ ଯୋଗ ଦେଇଛି । ଏହି ତାଲିକାରେ “ପଠାନ’, “ତୁ ଝୁଠି ମେଁ ମକ୍କାର’ ଏବଂ “କିସି କା ଭାଇ କିସି କି ଜାନ’ ମଧ୍ୟ ରହିଛି । ଫିଲ୍ମ “ଦି କେରଲା ଷ୍ଟୋରି’ ଭାରତରେ ମେ’ ୫ରେ ମୁକ୍ତିଲାଭ କରିଥିବାବେଳେ ଗତ ୧୨ ତାରିଖରେ ୩୭ ଦେଶରେ ରିଲିଜ ହୋଇଥିଲା । ଚଳଚ୍ଚିତ୍ର ବାଣିଜ୍ୟ ବିଶ୍ଳେଷକ ତରନ୍ ଆଦର୍ଶ କହିଛନ୍ତି ଯେ ରବିବାର ଅର୍ଥାôତ ୧୪ ମେ’ ୨୦୨୩ରେ ଫିଲ୍ମଟି ଭଲ ପ୍ରଦର୍ଶନ କରିବାକୁ ଯାଉଛି । ଭାରତରେ ରିଲିଜ୍ ହେବାର ଏକ ସପ୍ତାହ ପରେ ଏହି ଫିଲ୍ମ ଆମେରିକା ଏବଂ କାନାଡାରେ ମଧ୍ୟ ରିଲିଜ୍ ହୋଇଛି ଏବଂ ସେଠାରେ ୨୦୦ ରୁ ଅଧିକ ପରଦାରେ ଏହା ପ୍ରଦର୍ଶିତ ହେଉଛି । ଅନେକ ଲୋକ ଏହି ଚଳଚ୍ଚିତ୍ରକୁ “କାଶ୍ମୀର ଫାଇଲ’ର ଦ୍ବିତୀୟ ବୋଲି ମଧ୍ୟ କହୁଛନ୍ତି ।

Leave a Reply