ଗୋରୁ ଗାଡ଼ି ଜବତ, ଚାଳକ ଫେରାର
ଫୁଲନଖରା : କଟକ ସଦର ଥାନା ପୁଲିସ ଏକ ଗୋରୁ ଚାଲାଣ ଗାଡ଼ିକୁ ଜବତ କରିଛି। ଏଥୁରୁ ବେଆଇନଭାବେ ଚାଲାଣ ହେଉଥିବା ଗୋରୁ ପଳାଇଥିଲା ବେଳେ ଗାଡ଼ି ଚାଳକ ଓ ବ୍ୟବସାୟୀ ମଧ୍ଯ କୌଶଳକ୍ରମେ ଖସି ଯିବାରେ ସକ୍ଷମ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ ଉଷୁମା ଅଞ୍ଚଳରୁ ବିଳମ୍ବିତ ରାତିରେ ଏକ ଟୟୋଟା ଗାଡ଼ି ଯୋଗେ ଗୋରୁ ଚାଲାଣ ହେଉଥିଲା । ତେବେ ଅରିଲୋ କାଶୀ ବଜାର ଛକରେ ଗାଡ଼ିଟି ଖରାପ ହୋଇଯିବାରୁ ଏହାର ଚାଳକ ଓ ଅନ୍ୟମାନେ ଗୋରୁଙ୍କୁ ଗାଡ଼ିରୁ ବାହାର କରିଦେଇ ସେଠାରୁ ପଳାଇଥିଲେ। ଏ ସମ୍ପର୍କରେ ଖବର ପାଇ ସଦର ଥାନା ପୁଲିସ କାଶୀବଜାରରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହିତ ତଦନ୍ତ ଚଳାଇଛି।