ଆତଙ୍କବାଦକୁ ନେଇ ଭାରତ କଠୋର ଆଭିମୁଖ୍ୟ ରଖୁଛି

ନ୍ୟୁୟର୍କ : କ୍ବାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଆମେରିକାର ନ୍ୟୁୟର୍କରେ ପହଞ୍ଚିଛନ୍ତି। ବୈଠକ ପୂର୍ବରେ ସେ ଜାପାନର ବୈଦେଶିକ ମନ୍ତ୍ରୀ ଟାକେଶି ଇୱାୟାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏହି ବୈଠକ ଅବସରରେ ସେ ଆତଙ୍କବାଦକୁ ନେଇ ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ।

ବୈଠକରେ ଜୟଶଙ୍କର କହିଛନ୍ତି “ଆତଙ୍କବାଦକୁ ନେଇ ଭାରତ କଠୋର ଆଭିମୁଖ୍ୟ ରଖୁଛି । ସମଗ୍ର ବିଶ୍ବକୁ ମଧ୍ୟ ଆତଙ୍କବାଦ ପ୍ରତି ଶୂନ ସହନଶୀଳତା ମନୋଭାବ ଦେଖାଇବାକୁ ପଡ଼ିବ । ଯେଉଁମାନେ ଆତଙ୍କବାଦର ଶିକାର ହୁଅନ୍ତି ଏବଂ ଯେଉଁମାନେ ଏହାକୁ ବିସ୍ତାର କରନ୍ତି ସେମାନଙ୍କୁ ସମାନ ଭାବରେ ଦେଖାଯାଇପାରିବ ନାହିଁ। ଭାରତର ନିଜ ଲୋକଙ୍କୁ ସୁରକ୍ଷା ଦେବାର ସମ୍ପୂର୍ଣ୍ଣ ଅଧିକାର ଅଛି, ଏବଂ ଆମେ ନିଶ୍ଚିତ ଭାବରେ ଏହି ଅଧିକାରକୁ ବ୍ୟବହାର କରିବୁ। ଆମେ ଆଶା କରୁଛୁ ଯେ ଆମର କ୍ୱାଡ୍ ଅଂଶୀଦାରମାନେ ଏହାକୁ ବୁଝିବେ ଏବଂ ସମର୍ଥନ କରିବେ।“

ସେ ଆହୁରି ମଧ୍ୟ ସ୍ପଷ୍ଟଭାବରେ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ଅଛି । ଆତଙ୍କବାଦୀ ଯେଉଁଠାରେ ବି ଥାନ୍ତୁ, ଭାରତ ସେଠାକୁ ଯାଇ ସେମାନଙ୍କୁ ଶେଷ କରିବ ।

Leave a Reply

Your email address will not be published. Required fields are marked *