ଆମେରିକାରେ ବିକ୍ରି ହେଉଥିବା ମୋବାଇଲ୍ ଫୋନ୍ ଏବେ ଆମେରିକୀୟ ମାଟିରେ ତିଆରି ହେବା ଉଚିତ 

ଓ୍ବାସିଂଟନ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଚାହାଁନ୍ତି ଯେ ଆମେରିକାରେ ବିକ୍ରି ହେଉଥିବା ମୋବାଇଲ୍ ଫୋନ୍ ଏବେ ଆମେରିକୀୟ ମାଟିରେ ତିଆରି ହେବା ଉଚିତ, ଭାରତ କିମ୍ବା ଅନ୍ୟ କୌଣସି ଦେଶରେ ନୁହେଁ। ସେ କହିଛନ୍ତି ଯେ ଯଦି ଏହା ନହୁଏ, ତେବେ ସେ ଆପଲ ଫୋନ୍ ସମେତ ଆମେରିକା ବାହାରେ ତିଆରି ସମସ୍ତ ମୋବାଇଲ୍ ଫୋନ୍ ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଲାଗୁ କରିବା ବିଷୟରେ ବିଚାର କରିବେ।
ଆପଲର ଯୋଗାଣକାରୀ କମ୍ପାନୀ ଫକ୍ସକନ୍ ଭାରତର କର୍ଣ୍ଣାଟକ ରାଜ୍ୟର ଦେବନାହଲ୍ଲୀ ଅଞ୍ଚଳରେ ୩୦୦ ଏକର ଜମିରେ ବିସ୍ତୃତ ଏକ କାରଖାନାରେ ପ୍ରାୟ ୨୦,୦୦୦ କୋଟି ଟଙ୍କା ନିବେଶ କରିଛି। ଏହି କାରଖାନା ବର୍ତ୍ତମାନ ୮,୦୦୦ ଲୋକଙ୍କୁ ନିଯୁକ୍ତି ଦେଉଛି ଏବଂ ବର୍ଷ ଶେଷ ସୁଦ୍ଧା ଏଥିରେ କାମ କରୁଥିବା ଲୋକଙ୍କ ସଂଖ୍ୟା ୪୦,୦୦୦ ପହଞ୍ଚିପାରେ। ରିପୋର୍ଟ ଅନୁଯାୟୀ, ଭାରତ ୨୦୨୫ ଶେଷ ସୁଦ୍ଧା ବିଶ୍ୱର ମୋଟ ମୋବାଇଲ୍ ଫୋନ୍ ଉତ୍ପାଦନର ପ୍ରାୟ ୩୦ ପ୍ରତିଶତ କରିବାକୁ ଯାଉଛି।

Leave a Reply

Your email address will not be published. Required fields are marked *