ପାଞ୍ଚ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେଲା ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ଲିଖିତ ୩୫ଟି ହାତଲେଖା ଚିଠି

ନୂଆଦିଲ୍ଲୀ: ପାଞ୍ଚ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେଲା ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ଲିଖିତ ୩୫ଟି ହାତଲେଖା ଚିଠି। ଏକ ନିଲାମୀରେ ଏହି ଚିଠି ସହ ୧୪ଟି ଲଫାଫା ସମୁଦାୟ ୫. ୯ କୋଟି ଟଙ୍କାରେ ବିକ୍ରି ହୋଇଛି। 

ଗତ ଜୁନ୍ ୨୬-୨୭ ତାରିଖରେ ଅନୁଷ୍ଠିତ ହୋଇଥିଲା ‘ଅଷ୍ଟଗୁରୁଙ୍କ ନିଲାମୀ – “ସଂଗ୍ରହକଙ୍କ ପସନ୍ଦ” ଶୀର୍ଷକ ନିଲାମୀ । ନିଲାମ ହୋଇଥିବା ଏହି ଚିଠିଗୁଡ଼ିକୁ ନୋବେଲ ପୁରସ୍କାର ବିଜେତା ୧୯୨୭ରୁ ୧୯୩୬ ମଧ୍ୟରେ ଲେଖିଥିଲେ। ଏଗୁଡ଼ିକୁ ରବିନ୍ଦ୍ରନାଥ ଟାଗୋର ସମାଜବିଜ୍ଞାନୀ, ସଙ୍ଗୀତବିଜ୍ଞାନୀ ଏବଂ ବିଶ୍ୱସ୍ତ ଧୂର୍ଜତି ପ୍ରସାଦ ମୁଖାର୍ଜୀଙ୍କୁ ଲେଖିଥିଲେ। ଯେଉଁଥରୁ ୧୨ଟି ଚିଠିକୁ ରବିନ୍ଦ୍ରନାଥ ନିଜ ଉତ୍ତରାୟଣ ବାସଭବନ ବିଶ୍ବଭାରତୀ, ଦାର୍ଜିଲିଂର ଗ୍ଲେନ ଇଡେନ୍ ଭଳି ଭିନ୍ନ ଭିନ୍ନ ଠିକଣାରୁ ଲେଖିଥିଲେ।  

ଏନେଇ ଅଷ୍ଟଗୁରୁ ପକ୍ଷରୁ କୁହାଯାଇଛି, ଏହି ନିଲାମ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ କାରଣ ଏହା କୌଣସି କେବଳ ଏକ କଳାକୃତି ନୁହେଁ ବରଂ ଏକ ପାଣ୍ଡୁଲିପି-ଆଧାରିତ ଅଭିଲେଖାଗାର। ଏହା ଏପର୍ଯ୍ୟନ୍ତ ନିଲାମ ହୋଇଥିବା ରବୀନ୍ଦ୍ରନାଥଙ୍କ କୌଣସି ସାମଗ୍ରୀ ମଧ୍ୟରେ ଦ୍ୱିତୀୟ ସର୍ବୋଚ୍ଚ ମୂଲ୍ୟର ।

Leave a Reply

Your email address will not be published. Required fields are marked *