ଖଣି କ୍ଷେତ୍ର  କେନ୍ଦ୍ର-ରାଜ୍ୟ ସହଯୋଗକୁ ମଜବୁତ କରିଛି ଏବଂ ସାମଗ୍ରିକ ଶାସନକୁ ଉନ୍ନତ କରିଛି

୧୧ବର୍ଷରେ ଖଣି କ୍ଷେତ୍ରର ସଂସ୍କାରଗୁଡିକ ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗତ ୧୧ ବର୍ଷରେ ଖଣି କ୍ଷେତ୍ରରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ସଂସ୍କାରଗୁଡିକ ବିଷୟରେ ବର୍ଣ୍ଣନା କରୁଥିବା ଏକ ଆଲେଖ୍ୟ ଶେୟାର କରିଛନ୍ତି । ପରିବର୍ତ୍ତନକାରୀ ସଂସ୍କାର  ସହ କିପରି ଖଣି କ୍ଷେତ୍ର ସମବାୟ ସଂଘୀୟତା ଏବଂ ସ୍ୱଚ୍ଛ ଶାସନର ପ୍ରତୀକ ଭାବରେ ସ୍ଥାପିତ ହୋଇଛ ସେ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀଙ୍କ ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“କେନ୍ଦ୍ର ମନ୍ତ୍ରୀ ମନ୍ତ୍ରୀ ଶ୍ରୀ କିଶନ ରେଡ୍ଡୀ ଲେଖିଛନ୍ତି ଯେ ଗତ ୧୧ ବର୍ଷରେ କରାଯାଇଥିବା ସଂସ୍କାରଗୁଡିକ ସମବାୟ ସଂଘୀୟତାକୁ ଖଣି କ୍ଷେତ୍ରର ପରିଚୟ କରିବା ସହ କେନ୍ଦ୍ର-ରାଜ୍ୟ ସହଯୋଗକୁ ମଜବୁତ କରିଛି ଏବଂ ସାମଗ୍ରିକ ଶାସନକୁ ଉନ୍ନତ କରିଛି ।”

Leave a Reply

Your email address will not be published. Required fields are marked *