ଅଘଟଣ ଶୂନ୍ୟ ରଥଯାତ୍ରା ପାଇଁ ବିଶେଷ ଗୁରୁତ୍ବ ଦେଇଛନ୍ତି ସରକାର

ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରାରେ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ପୁରୀ ରଥଯାତ୍ରା ହେଉଛି ବିଶ୍ବର ସବୁଠାରୁ ବଡ଼ ଯାତ୍ରା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥାନ୍ତି। ଅଘଟଣ ଶୂନ୍ୟ ଯାତ୍ରା ପାଇଁ ବିଶେଷ ଗୁରୁତ୍ବ ଦେଇଛନ୍ତି ସରକାର। AI କ୍ୟାମେରା ଏବଂ ଡ୍ରୋନ୍ ଦ୍ବାରା ତୀକ୍ଷ୍ଣ ନଜର ରଖାଯିବ। ଅଗ୍ନିଶମ ବିଭାଗ ଓ ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯାଇଛି। ଓ୍ବାଚ ଟାଓ୍ବାର ସହିତ ବାଇନାକୁଲର ଧାରୀ ପୋଲିସ ବଡ଼ ଅଟାଳିକା ଉପରେ ମୁତୟନ ହେବେ। ଆତଙ୍କୀବାଦୀ ଘଟଣା ପ୍ରତିହତ ପାଇଁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଦଳାଚକଟା ଏବଂ ଗୁଜବକୁ ପ୍ରତିହତ ପାଇଁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି।‌ 

Leave a Reply

Your email address will not be published. Required fields are marked *