ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ଯୋଗ ଦିବସ ପାଳନ
ବ୍ରହ୍ମପୁର ୨୧ ଜୁନ: ବିଶ୍ବ ଯୋଗ ଦିବସର ଶୁଭ ଅବସରରେ ଆଜି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ର ବିଭିନ୍ନ ଶାଖା ତରଫରୁ, ବ୍ରହ୍ମପୁର ର ଜଗନ୍ନାଥ ଉପନଗର, ଧନ୍ଵନ୍ତରୀ ଉପନଗର, ଲକ୍ଷ୍ମୀ ନୃସିଂହ ଉପନଗର, ଛତ୍ରପୁର ଖଣ୍ଡ, ଦିଗପହଣ୍ଡି ଖଣ୍ଡ,ଏବଂ ହିଞ୍ଜିଳିକାଟୁ ରେ ବିଶେଷ ସାମୂହିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା
ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ନାଗରିକ, ଆରଏସଏସ ପଦାଧିକାରୀ, କାର୍ଯ୍ୟକର୍ତ୍ତା, ସ୍ବୟଂସେବକ, ଶିଶୁ ମନ୍ଦିର ର ଗୁରୁଜୀ ଗୁରୁମା ଓ ସାଧାରଣ ଜନସାଧାରଣ ବୃହତ୍ ସଂଖ୍ୟାରେ ଉପସ୍ଥିତ ହୋଇ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।
ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଶାସିତ ଓ ଶିସ୍ଟ ଭାବେ ହୋଇଥିଲା, ଯାହା ଲୋକମାନଙ୍କ ମଧ୍ୟରେ ଯୋଗ ପ୍ରତି ଦୃଢ଼ ଆସ୍ଥା ଓ ଉତ୍ସାହ ସୃଷ୍ଟି କରିଥିଲା । ଏହି ଅବସରରେ ସମସ୍ତେ ନିଜ ଦୈନିକ ଜୀବନରେ ଯୋଗକୁ ଅଂଶ କରିବା ଓ ଶାରୀରିକ-ମାନସିକ ସ୍ବାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଶପଥ ଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ କେବଳ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦିଆଯାଇନି, ବରଂ ଏଥରେ ଉପସ୍ଥିତ ସ୍ବୟଂସେବକ ଓ ଜନସାଧାରଣଙ୍କୁ ରାଷ୍ଟ୍ର ସେବା, ନାଗରିକ ଦାୟିତ୍ବ ଓ ଜାଗୃକ ଆଚରଣ ପ୍ରତି ମଧ୍ୟ ପ୍ରେରିତ କରାଯାଇଛି । ଦେଶ ପାଇଁ ନିଷ୍ଠା, ସଂଘଠିତ ଜୀବନ ଓ ସାମୁଦାୟିକ ଉନ୍ନତି ପାଇଁ ସେବା ଭାବନାକୁ ବୃଦ୍ଧି ଦେବା ଉଦ୍ଦେଶ୍ୟରେ ଏହି ଆୟୋଜନ ହୋଇଥିଲା।
ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ମାଧ୍ୟମରେ ଏକତା, ଶାନ୍ତି, ଶାରୀରିକ ଓ ଚେତନାତ୍ମକ ଶକ୍ତିର ସନ୍ଦେଶ ସହ ବ୍ୟକ୍ତି ଓ ରାଷ୍ଟ୍ର ଉନ୍ନତି ପାଇଁ ସମର୍ପିତ ମନୋଭାବ ଗଠନ ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି ।