ଆଧ୍ୟାତ୍ମିକ ଜାଗରଣର ବଳିଷ୍ଠ ମାଧ୍ୟମ ହେଉଛି ସଂକୀର୍ତ୍ତନ

ପୁରୀ: ଓଡ଼ିଶାର ପ୍ରାଚୀନ ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥ ଚେତନା ଜାଗରଣର ପ୍ରମୁଖ ମାଧ୍ୟମ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ ଦେଇଛନ୍ତି ।ଶ୍ରୀ ଜଗନ୍ନାଥ ସଂସ୍କୃତି ସଙ୍କୀର୍ତ୍ତନ ସେବା ବିକାଶ ପରିଷଦ ର ବାର୍ଷିକ ଉତ୍ସବ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଓଡ଼ିଶା ବିଧାନସଭା ର ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଡ଼ ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ,ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ,କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ଗବେଷଣା ଅଧିକାରୀ ଗୁରୁ ଚରଣ ଭୂୟାଁ,ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ପ୍ରଫେସର ଅର୍ପିତା ପ୍ରିୟଦର୍ଶିନୀ,ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର ଦେବ ପ୍ରସାଦ ଦାସ,ଆଚାର୍ଯ୍ୟ ହରିହର କର୍କଟରୋଗ ଚିକିତ୍ସା କେନ୍ଦ୍ର ପ୍ରାକ୍ତନ ପ୍ରଫେସର ବିଭୂତି ଭୂଷଣ ଦାସ,ବଲାଙ୍ଗୀର ସରକାରୀ ଆୟୁର୍ବେଦ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ରାମକୃଷ୍ଣ ପାଣିଗ୍ରାହୀ,ପ୍ରାକ୍ତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନରହରି ମିଶ୍ର,ନାରାୟଣ ପାଢ଼ୀ,ଅମ୍ବିକା ପ୍ରସାଦ ମିଶ୍ର,ସଂଘର ରାଜ୍ୟ ସଭାପତି ନାରାୟଣ ରାଉତ,ପ୍ରଫେସର ପ୍ରମୋଦ କୁମାର ଦାସ ଏବଂ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ପରିଷଦର ସଭାପତି ଦିଗମ୍ବର ମହାନ୍ତି ସଭାରେ ଅଧ୍ୟକ୍ଷତା କରିଥିଲେ ।ସାଧାରଣ ସମ୍ପାଦକ ଜଟାଧାରୀ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଡ଼ ଦିପ୍ତିରେଖା ଦାସ,ସୋନାଲିକା ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶେଷରେ ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବଦତ୍ତ ଷଡଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *