ଛାତ୍ର ସଂସଦ ନିର୍ବାଚନ ହିଁ କ୍ୟାମ୍ପସ ସମସ୍ୟା ସମାଧାନ ବାଟ ଫିଟାଇବ

ଭଦ୍ରକ ଜିଲାରେ ଏବିଭିପିର ୧୫ ହଜାର ସଦସ୍ୟ ସଂଗ୍ରହ ଲକ୍ଷ୍ୟ

ଛାତ୍ର ସଂସଦ ନିର୍ବାଚନ ହିଁ କ୍ୟାମ୍ପସ ସମସ୍ୟା ସମାଧାନ ବାଟ ଫିଟାଇବ
ଭଦ୍ରକ: ଚଳିତ ଶିକ୍ଷା ବର୍ଷରେ ଅଖଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଭଦ୍ରକ ଜିଲା ଶାଖା ୧୫ ହଜାର ସଦସ୍ୟତାର ଲକ୍ଷ୍ୟ ନେଇଛି। ଜିଲାର ସମସ୍ତ ମହାବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ପାଖରେ ଏବିଭିପି ପହଞ୍ଚି ସଦସ୍ୟତା ଆରମ୍ଭ କରିବାର ଲକ୍ଷ୍ୟ ରଖୁଛି । ବୁଧବାର ଠାରୁ ସଦସ୍ୟତା ଅଭିଯାନ ଜାରି ରହିବ । ବିଭିନ୍ନ କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀଙ୍କୁ ଯୋଡିବା ପାଇଁ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ କାର୍ଯ୍ୟକ୍ରମ ଏବିଭିପି ଆରମ୍ଭ କରି ସାରିଲାଣି ବୋଲି ବୁଧବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସେହିପରି ଓଡ଼ିଶାରେ ଦୀର୍ଘ ୭ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦଥିବାରୁ କ୍ୟାମ୍ପସରେ ଅନେକ ସମସ୍ୟା ରହିଛି। ଯାହାକି ଏବିଭିପି ଏବଂ ଛାତ୍ର ନେତୃତ୍ୱଙ୍କ ମାଧ୍ୟମରେ ସମାଧାନ ହୋଇପାରିବ ବୋଲି କୁହାଯାଇଛି। ସହରର ସୀତାରାମ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସହ ସମ୍ପାଦକ ଶୁଭ୍ରସମ୍ବିତ ନାୟକ କହିଥିଲେ ଯେ: ଏବିଭିପି ପ୍ରତ୍ୟେକ କ୍ୟାମ୍ପସରେ ହେଲ୍ସ ଡେସ୍କ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହିତ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ି ସାରିଲାଣି । ଛାତ୍ରଛାତ୍ରୀଙ୍କ ମନରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳୁଛି । ବ୍ୟକ୍ତିତ୍ୱ ବିକାଶ ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାର ଆବଶ୍ୟକତା ଅଛି ଏବଂ ଛାତ୍ର ସଂସଦ ନିର୍ବାଚନ ହେଲେ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନ ବାଟ ଫିଟିବ। ଏବିଭିପି ଜିଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ସହ ପ୍ରମୁଖ ଜ୍ୟୋତିପ୍ରକାଶ ସାହୁ, ଜିଲା ସଂଯୋଜକ ଓଁକାର ମହାନ୍ତି, ସହ ସଂଯୋଜକ ପୂଜାରାଣୀ ମଲ୍ଲିକ, ପ୍ରାନ୍ତ ସବିଷ୍କାର ସହ ସଂଯୋଜକ ଦେବୀପ୍ରସାଦ ଦାଶ ମଞ୍ଚାସୀନ ଥିଲେ। ଜିଲ୍ଲାରେ ରାଜ୍ୟ ସରକାର ଘୋଷଣା କରିଥିବା ସରକାରୀ ମେଡିକାଲ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏବିଭିପି ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଛି। ଏହି ଅବସରରେ ବିଦ୍ୟାର୍ଥୀ ପରିଷଦର ସଦସ୍ୟତା ପୋଷ୍ଟର ଉନ୍ମୋଚନ ହୋଇଥିଲା। ଜିଲ୍ଲା ସହ ପ୍ରମୁଖ ଶିକ୍ଷାବିତ୍ ଡ. ବସନ୍ତ କୁମାର ଦୀକ୍ଷିତ, ସହ ସଂଯୋଜକ ଅଭିଳାଷ ତ୍ରିପାଠୀ, ବିଭାଗ ଏସଏଫଏସ ସଂଯୋଜିକା ମାଧୁରୀ ରାଉତ, ଶୁଭମ ରାଉତ, କାହ୍ନା ଜେନା, ରଞ୍ଜୁଲତା ପୁଟିଆ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *