Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସନ୍ଦାନ ମିଳିଲା ମଣିଷ ରହିବା ଉପଯୋଗୀ ୨ ନୂଆ ଗ୍ରହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସନ୍ଦାନ ମିଳିଲା ମଣିଷ ରହିବା ଉପଯୋଗୀ ୨ ନୂଆ ଗ୍ରହ

ନୂଆଦିଲ୍ଲୀ : ମଣିଷ ରହିବା ଉପଯୋଗୀ ଆଉ ଦୁଇଟି ଗ୍ରହକୁ ଠାବ କରିଛି ଆମରିକାର ଅନ୍ତରୀକ୍ଷ ଏଜେନ୍ସି ନାସାର ଟେସ୍ ସ୍ପେଶକ୍ରାଫ୍ଟ । ଭବିଷ୍ୟତରେ ଏହି ଦୁଇ ଗ୍ରହରେ ମଣିଷ ବସବାସ କରିପାରିବ । କାରଣ ଏହି ଦୁଇ ଗ୍ରହ ନିଜ ନକ୍ଷତ୍ର ଠାରୁ ଆବଶ୍ୟକ ଦୂରତାରେ ଅଛନ୍ତି । ଏହି ଦୁଇ ଗ୍ରହଙ୍କୁ ସୁପର ଆର୍ଥ କୁହାଯାଉଛି । ଏହି ଗ୍ରହମାନଙ୍କର ଆକାର ଓ ଓଜନ ପୃଥିବୀଠାରୁ ବଡ । ଏମାନେ ଟିଓଆଇ-୨୦୯୫ ନକ୍ଷତ୍ର ଚାରିପଟେ ପରିକ୍ରମା କରୁଛନ୍ତି । ଏହି ନକ୍ଷତ୍ର ଆମ ନକ୍ଷତ୍ର ମଣ୍ଡଳର ସୂର୍ଯ୍ୟଠାରୁ ଥଣ୍ଡା । କିନ୍ତୁ ରୁ ଏଥିରୁ ସୂର୍ଯ୍ୟ ଅପେକ୍ଷା ଅଧିକ ରେଡିଏସନ୍ , ଅତିବାଇଗଣୀ ରଶ୍ମି ଓ ଏକ୍ସରେ ତରଙ୍ଗ ନିର୍ଗତ ହେଉଛି । ଆବିଷ୍କୃତ ଏହି ୨ ନୂଆ ଗ୍ରହର ନାଁ ରଖାଯାଇଛି ଞଙଓ-୨୦୯୫ଭ ଓ ଞଙଓ-୨୦୯୫ମ । ଏହା ଉପରେ ନାସା ଅଧିକ ଗବେଷଣା ଜାରି ରଖିଛି । ଏହି ଦୁଇ ଗ୍ରହ ପୃଥିବୀ ଠାରୁ ୧.୩୯ ଗୁଣା ଚଉଡା ଏବଂ ୪.୧ ଗୁଣା ଅଧିକ ଓଜନ ବିଶିଷ୍ଟ । ନିଜ ନକ୍ଷତ୍ର ଚାରିପଟେ ଥରେ ଘୁରି ଆସିବାକୁ ଏମାନେ ପୃଥିବୀଠାରୁ ୧୭.୭ ଦିନ ଅଧିକ ସମୟ ନେଇଥାନ୍ତି । ଅର୍ଥାତ ନିଜ ନକ୍ଷତ୍ର ଚାରିପଟେ ଥରେ ଘୁରିବାକୁ ଞଙଓ-୨୦୯୫ଭ ଗ୍ରହକୁ ୧୭ ଦିନ ସମୟ ଲାଗୁଛି । ସେପରି ଦ୍ୱିତୀୟ ଗ୍ରହ ଞଙଓ-୨୦୯୫ମ କୁ ନକ୍ଷତ୍ର ଚାରିପଟେ ଥରେ ଘରି ଆସିବାକୁ ୨୮ ଦିନ ସମୟ ଲାଗୁଥିବା ବୈଜ୍ଞାନିକମାନେ କହିଛନ୍ତି

Leave a Reply