ଖୁବ୍ଶୀଘ୍ର ଅନ୍ଲାଇନ୍ରେ ମିଳିବ ଆମ୍ବୁଲାନ୍ସ ସେବା । ଅନ୍ଲାଇନ୍ରେ ଆମ୍ବୁଲାନ୍ସ ବୁକିଂ କରିବେ ସାଧାରଣ ଲୋକ । ଏ ନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ଏଣିକି ଓଡ଼ିଶା ଯାତ୍ରୀ ଆପ୍ରେ ଯୋଡ଼ିହେବ ଆମ୍ବୁଲାନ୍ସ ସେବା । ଅନଲାଇନ୍ରେ ବୁକିଂ କରିପାରିବେ ସରକାରୀ ଓ ଘରୋଇ ଆମ୍ବୁଲାନ୍ସର ସେବା ।ପରିବହନ ବିଭାଗ ଖୁବ୍ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବ ।
ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଅଟୋ, ଟ୍ୟାକ୍ସି ପରେ ଘରୋଇ ଆମ୍ବୁଲାନ୍ସକୁ ଓଡ଼ିଶା ଯାତ୍ରୀ ଆପ୍ ସହ ଯୋଡ଼ାଯିବ । ଆମ୍ବୁଲାନ୍ସ ସେବା ରେଟ୍ ସରକାର ନିର୍ଦ୍ଧାରଣ କରିବେ । ରୋଗୀଙ୍କ ସମ୍ପର୍କୀୟ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ଓଡ଼ିଶା ଯାତ୍ରୀ ସହ ଯୋଡ଼ି ହେବେ ଏବଂ ଅନ୍ଲାଇନ୍ରେ ଆମ୍ବୁଲାନ୍ସ ବୁକ୍ କରିପାରିବେ। ଏହାର ସଂରକ୍ଷଣ ଦାୟିତ୍ୱ ପରିବହନ ବିଭାଗ ନେଇଛି ଏବଂ କ୍ରୁଟ ସହାୟତାରେ ଏହାକୁ ପରିଚାଳନା କରାଯିବ ।