ଅହମଦାବାଦ ବିମାନ ଦୁର୍ଘଟଣା: ୧୧୯ ଜଣଙ୍କ ପରିଚୟ ମିଳିଲା

ଅହମଦାବାଦ: ଅହମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ୪ ଦିନ ପରେ ଏପର୍ଯ୍ୟନ୍ତ ୧୧୯ ଜଣ ମୃତକଙ୍କୁ ଡିଏନ୍ଏ ମେଳ ମାଧ୍ୟମରେ ଚିହ୍ନଟ କରାଯାଇଛି ଏବଂ ୭୬ ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ପାର୍ଥିବ ଶରୀରକୁ ମଧ୍ୟ ଡିଏନ୍ଏ ପରୀକ୍ଷା ମାଧ୍ୟମରେ ଚିହ୍ନଟ କରାଯାଇ ସୋମବାର ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହାପରେ ରାଜକୋଟରେ ରୂପାନୀଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି।  

Leave a Reply

Your email address will not be published. Required fields are marked *