ଆମେରିକା ଚୀନ୍‌ର ପ୍ରଯୁକ୍ତିବିଦ୍ୟା ଯୋଗାଣ ଶୃଙ୍ଖଳାକୁ ଭାଙ୍ଗିବାକୁ ଯୋଜନା କରୁଛି

ହନୋଇ: ଚୀନ୍‌ର ପ୍ରଯୁକ୍ତିବିଦ୍ୟା ଯୋଗାଣ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ଆମେରିକା ଆଉ ଏକ ଯୋଜନା କରିଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଆମେରିକା ଭିଏତନାମକୁ ଚୀନ୍‌ରେ ନିର୍ମିତ ହାର୍ଡୱେୟାର ଏବଂ ପାର୍ଟସର ବ୍ୟବହାର ହ୍ରାସ କରିବାକୁ କହିଛି। ବିଶେଷକରି ଆମେରିକାକୁ ରପ୍ତାନି ହେଉଥିବା ଡିଭାଇସଗୁଡ଼ିକ ପାଇଁ ଏହା କୁହାଯାଇଛି।

ଭିଏତନାମ ବର୍ତ୍ତମାନ ଆପଲ୍, ସାମସଙ୍ଗ, ଗୁଗୁଲ୍ ଏବଂ ମେଟା ଭଳି ବଡ଼ ଟେକ୍ କମ୍ପାନୀଗୁଡ଼ିକର ଉତ୍ପାଦନର କେନ୍ଦ୍ର । ଏହି କମ୍ପାନିଗୁଡ଼ିକ ଭିଏତନାମରେ ନିର୍ମିତ ସ୍ମାର୍ଟଫୋନ୍, ଭିଏଆର୍ ହେଡସେଟ୍ ଭଳି ଗ୍ୟାଜେଟ୍ ପାଉଛନ୍ତି। 

କିନ୍ତୁ ଚୀନ୍‌ରୁ ଆସୁଥିବା ପାର୍ଟସର ବ୍ୟବହାର ସେମାନଙ୍କର ଯନ୍ତ୍ରାଶଂ ଆସେମ୍ବଲିଂରେ ଅଧିକ ହୋଇଥାଏ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭିଏତନାମ ସରକାର ସ୍ଥାନୀୟ କମ୍ପାନିଗୁଡ଼ିକ ସହିତ ଏକ ବୈଠକ କରିଛନ୍ତି, ଯାହା ଦ୍ୱାରା ଭିଏତନାମ ପାର୍ଟସର ବ୍ୟବହାର ବୃଦ୍ଧି କରାଯାଇପାରିବ। କମ୍ପାନିଗୁଡ଼ିକ ମଧ୍ୟ ଏଥିରେ ଆଗ୍ରହ ଦେଖାଇଛନ୍ତି। କିନ୍ତୁ ଏହା କରିବା ପାଇଁ ସମୟ ଏବଂ ଉନ୍ନତ ଟେକ୍ନୋଲୋଜି ଆବଶ୍ୟକ ହେବ।

Leave a Reply

Your email address will not be published. Required fields are marked *