ଆମ ଦେଶ ବିଶ୍ୱର ତୃତୀୟ ସର୍ବବୃହତ ଅଶୋଧିତ ତୈଳ ଆମଦାନୀକାରୀ

ନୂଆଦିଲ୍ଲୀ: ଭାରତ ଏହାର ଅଶୋଧିତ ତୈଳ ଆବଶ୍ୟକତାର ୮୫ ରୁ ୮୮% ଅନ୍ୟ ଦେଶରୁ ଆମଦାନୀ କରେ। ଆମ ଦେଶ ବିଶ୍ୱର ତୃତୀୟ ସର୍ବବୃହତ ଅଶୋଧିତ ତୈଳ ଆମଦାନୀକାରୀ। ଆମ ବୈଦେଶିକ ମୁଦ୍ରା ଭଣ୍ଡାରର ଏକ ବଡ଼ଭାଗ ତେଲ କିଣିବାରେ ବ୍ୟୟହୁଏ । ଏଣୁ ଯଦି ଦେଶରେ ବିପୁଳ ପରିମାଣର ଭଣ୍ଡାର ସନ୍ଧାନ ମିଳେ ତେବେ ନିଶ୍ଚିତ ଭାବେ ଦେଶର ଭାଗ୍ୟ ବଦଳିଯିବ । ଠିକ ଏହିପରି ଏକ ସମ୍ଭାବନା ଦେଶପାଇଁ ଆସିଛି ।

କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଅଶୋଧିତ ତୈଳ ଭଣ୍ଡାରର ସନ୍ଧାନ ମିଳିବା ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେ ଦାବି କରିଛନ୍ତି ଯେ ଆମ ଦେଶ ଆଣ୍ଡାମାନ ସାଗରରେ ଏକ ବୃହତ ତୈଳ ଭଣ୍ଡାର ଆବିଷ୍କାରର ଦ୍ବାର ଦେଶରେ ପହଞ୍ଚିଛି ।
କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଅଶୋଧିତ ତୈଳ ଭଣ୍ଡାରର ସନ୍ଧାନ ମିଳିବା ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେ ଦାବି କରିଛନ୍ତି ଯେ ଆମ ଦେଶ ଆଣ୍ଡାମାନ ସାଗରରେ ଏକ ବୃହତ ତୈଳ ଭଣ୍ଡାର ଆବିଷ୍କାରର ଦ୍ବାର ଦେଶରେ ପହଞ୍ଚିଛି । ଏହା ହେସ୍ କର୍ପୋରେସନ୍ ଦ୍ୱାରା ଗୟାନାରେ କରାଯାଇଥିବା ବିଶାଳ ଆବିଷ୍କାର ସହିତ ସମାନ। ତୈଳ ଭଣ୍ଡାର ଦୃଷ୍ଟିରୁ ଗୟାନା ବିଶ୍ୱରେ ୧୭ ତମ ସ୍ଥାନରେ ଅଛି। ଗୟାନାରେ ପ୍ରାୟ ୧୧.୬ ବିଲିୟନ ବ୍ୟାରେଲ ତୈଳ ଏବଂ ଗ୍ୟାସର ସଂରକ୍ଷଣ ଅଛି।

Leave a Reply

Your email address will not be published. Required fields are marked *