ପୁଣି ଯୁଦ୍ଧବିରତି ପ୍ରସ୍ତାବ ଦେଲା ଇରାନ

ତେହେରାନ : ପୁଣି ଥରେ ଯୁଦ୍ଧବିରତି ପାଇଁ ପ୍ରସ୍ତାବ ଦେଇଛି ଇରାନ । କିନ୍ତୁ ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଛି। ଇରାନୀ ଅଧିକାରୀମାନେ ମଧ୍ୟସ୍ଥ ମାଧ୍ୟମରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବାର୍ତ୍ତା ପଠାଇଛନ୍ତି ଯେ ଯଦି ଇସ୍ରାଏଲ ଆକ୍ରମଣ ବନ୍ଦ କରେ, ତେବେ ଇରାନ ମଧ୍ୟ ତୁରନ୍ତ ତାର ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ପ୍ରସ୍ତୁତ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୁଣି ପରମାଣୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି ଇରାନ ।

ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ କରିଛି ଯେ ଇସ୍ରାଏଲୀ କ୍ଷେପଣାସ୍ତ୍ର ଇରାନର ନାଟାଞ୍ଜ ଏବଂ ଇସଫାହାନ ପରି ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରିବା ଜବାବରେ, ଇରାନ ମଧ୍ୟ ଇସ୍ରାଏଲୀ ସାମରିକ ଘାଟିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ଏହା ପରେ, ଅନ୍ତର୍ଜାତୀୟ ଚାପ ବଢ଼ିବା ଆରମ୍ଭ ହୋଇଥିଲା, ତେଣୁ ଏବେ ଇରାନର ନରମ ମନୋଭାବ ସାମ୍ନାକୁ ଆସିଛି।

ଇରାନର ପ୍ରସ୍ତାବରେ ଏହା ମଧ୍ୟ ଅନ୍ତର୍ଭୁକ୍ତ ଯେ ଏହା ପୁଣି ଥରେ ପରମାଣୁ ଆଲୋଚନା ଆରମ୍ଭ କରିବାକୁ ଚାହୁଁଛି, ଯାହାକୁ ୨୦୧୮ ରେ ଆମେରିକା ପରମାଣୁ ଚୁକ୍ତିରୁ ଓହରି ଯିବା ପରେ ସ୍ଥଗିତ ରଖାଯାଇଥିଲା। ଉତ୍ତେଜନା ହ୍ରାସ ଦିଗରେ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।

Leave a Reply

Your email address will not be published. Required fields are marked *