ରାଜ୍ୟରେ ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲୁଏ) ବୈଠକରେ ୩୮୭୮.୮୬ କୋଟି ଟଙ୍କାର ୧୭ଟି ନିବେଶ ପ୍ରକଳ୍ପକୁ ଅନୁମୋଦନ କରି ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଜାରି ରଖିଛନ୍ତି ।

୧୧ଟି ଜିଲ୍ଲାରେ ୧୭ଟି ପ୍ରକଳ୍ପ ନିର୍ମାଣ ହେବ । ପ୍ଲାଷ୍ଟିକ୍, ଟେକ୍ସଟାଇଲ୍, ପର୍ଯ୍ୟଟନ କ୍ଷେତ୍ରରେ ଏହି ପୁଞ୍ଜି ନିବେଶ ହେବ । ରାଜ୍ୟରେ କଳକାରଖାନା ଗଢ଼ି ଉଠିଲେ ଯୁବପିଢ଼ିଙ୍କୁ ରୋଜଗାର ମିଳିପାରିବ । ଏହାଦ୍ୱାରା ୧୦,୫୮୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Leave a Reply

Your email address will not be published. Required fields are marked *