Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲଣ୍ଡନରେ ଉତ୍ପାତ ରଚିଛନ୍ତି ଖଲିସ୍ତାନୀ ସମର୍ଥକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲଣ୍ଡନରେ ଉତ୍ପାତ ରଚିଛନ୍ତି ଖଲିସ୍ତାନୀ ସମର୍ଥକ

ଲଣ୍ଡନ: ଲଣ୍ଡନରେ ଉତ୍ପାତ ରଚିଛନ୍ତି ଖଲିସ୍ତାନୀ ସମର୍ଥକ । ସେମାନେ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ଭିତରେ ବଳପୂର୍ବକ ପଶି ଭଙ୍ଗାରୁଜା କରିବା ସହ ଭାରତୀୟ ତ୍ରିରଙ୍ଗାର ଅପମାନ କରିଛନ୍ତି । ତେବେ ଏହାକୁ ନେଇ ଲଣ୍ଡନରେ ଅବସ୍ଥାପିତ ଭାରତୀମାନେ ତୀବ୍ର ଅସନ୍ତୋଷ ଜାହିର କରିବା ସହ ଖଲିସ୍ତାନୀଙ୍କୁ ଏକପ୍ରକାର ଚାଲେଞ୍ଜ ଦେଇଛନ୍ତି । ଶତାଧିକ ଭାରତୀୟ ସମର୍ଥକ ହାତରେ ତ୍ରିରଙ୍ଗା ଧରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଥିସହ ସେଠାରେ ରହୁଥିବା ସବୁ ଭାରତୀୟ ଖଲିସ୍ତାନୀଙ୍କ ଏଭଳି ବ୍ୟବହାରକୁ ନିନ୍ଦା କରିବା ସହ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଖଲିସ୍ତାନୀଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ଯେ କେହିବି ଭାରତକୁ ନାଲି ଆଖି ଦେଖାଇପାରିବେ ନାହିଁ ।

Leave a Reply