Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉଚ୍ଚ ସ୍ୱରରେ ସଂଗୀତ ଶୁଣିବା କ୍ଷତିକାରକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉଚ୍ଚ ସ୍ୱରରେ ସଂଗୀତ ଶୁଣିବା କ୍ଷତିକାରକ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନକୁ ଅନେକାଂଶରେ ଆରଳମ ଦେଇଥାଏ ସଙ୍ଗୀତ । ଅନେକ ନିଜ ପସନ୍ଦର ଗୀତ ଶୁଣିଥାଆନ୍ତି । କିନ୍ତୁ ଘଣ୍ଟା ଘଣ୍ଟା ଧରି ଗୀତ କିମ୍ବା କୌଣସି ଲାଉଡ୍ ସାଉଣ୍ଡରେ ଶୁଣିବା ଦ୍ୱାରା ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି । ଜଣେ ବ୍ୟକ୍ତି ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଲାଉଡ଼୍ ସାଉଣ୍ଡରେ ଗୀତ ଶୁଣିବା ଦ୍ୱାରା ଶ୍ରବଣ ଶକ୍ତି ହ୍ରାସ ପାଇଥାଏ । ବିଶେଷ କରି ଆଜିକାଲି ସ୍କୁଲପିଲା ଏବଂ ଯୁବପିଢି ଏହି ସମସ୍ୟା ଦେଇ ଗତି କରୁଥିବା ଅଧିକ ଦେଖାଯାଉଛି । ତେବେ ଏହାକୁ ଅଖି ଆଗରେ ରଖି ବିଶ୍ୱ ସ୍ୱାସ୍ଥ୍ୟସଙ୍ଗଠନ କୌଣସି ଗୀତ କିମ୍ବା ବହୁତ ଜୋର୍‌ରେ ହେଉଥିବା ଶବ୍ଦକୁ ଶୁଣିବା ପାଇଁ ଏକ ସୁରକ୍ଷିତ ସମୟ ସୀମା ପ୍ରସ୍ତୁତ କରିଛନ୍ତି । ଯେ ଅନୁସାରେ ଏମ୍‌ପି-୩ ପ୍ଲେୟରକୁ ସବୁଠାରୁ ଅଧିକ ସାଉଣ୍ଡ୍‌ରେ ବଜାଇଲେ ତାକୁ ଚାରି ମିନିଟ୍‌ରୁ ଅଧିକ ସମୟ ଶୁଣିବା କ୍ଷତିକାରକ । ସେହିପରି କାର୍ ଭିତରେ ବାଜୁଥିବା ସାଉଣ୍ଡକୁ ଆଠ ଘଣ୍ଟା, ଘାସ କାଟୁଥିବା ମିଶନର ସାଉଣ୍ଡକୁ ୩୦ ମିନିଟ୍‌, କାର ହର୍ନର ସାଉଣ୍ଡ୍‌କୁ ୧୫ ମିନିଟ୍‌, ସଙ୍ଗୀତ ସମାରୋହ ରେ ବାଜୁଥିବା ସାଉଣ୍ଡ୍‌କୁ ୯ ସେକେଣ୍ଡରୁ ଅଧିକ ଶୁଣିବା ଦ୍ୱାରା ଶ୍ରବଣ ଶକ୍ତି ହ୍ରାସ ହେବା ଅଶଙ୍କାକୁ ଏଡାଇ ଦିଆଯାଇ ପାରିବ । ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Leave a Reply