Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଡ.ମୋହନ ଭାଗବତ ଓଡିଶାରେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଡ.ମୋହନ ଭାଗବତ ଓଡିଶାରେ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ
ଡ.ମୋହନ ଭାଗବତ ଓଡିଶାରେ
ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୪ ଦିନିଆ ଓଡିଶା ଗସ୍ତରେ ଆସି ମେ ୧୨ ତାରିଖ ଦିନ ଭୁବନେଶ୍ୱରରେ ପହଁଚିବା ପରେ ଏଠାରୁ ସେ କଟକର କେଶବଧାମକୁ ଯାତ୍ରା କରିଥିଲେ । ଆଜି ଠାରୁ କେଶବଧାମ, ଗତିରାଉତ ପାଟଣା, କଟକ ଠାରେ ସଂଘର ସଂଘ ଶିକ୍ଷାବର୍ଗ ଅନୁଷ୍ଠିତ ହେଉଛି । ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେବା ସହିତ ଡ. ଭାଗବତ ଏଠାରେ ୪ ଦିନ ପାଇଁ ଅବସ୍ଥାନ କରୁଛନ୍ତି ।
ଏଠାରେ କୌଣସି ସାର୍ବଜନିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ । ଏହି ପ୍ରବାସ କେବଳ ସାଂଗଠନିକ କାର୍ଯ୍ୟପାଇଁ ଉଦ୍ଦିଷ୍ଟ । ଏହାପରେ ଡ.ଭାଗବତ ଚାରି ଦିନିଆ ଓଡିଶା ପ୍ରବାସ ସାରି ମେ ୧୫ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ରବିନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି ।

Leave a Reply